Latest Odisha News

୩୬ ବର୍ଷ ଧରି ଗର୍ଭଧାରଣ କଲେ ଯୁବକ, ଅପରେସନ ପରେ ଅଦ୍ଭୁଦ କଥା ସାମ୍ନାକୁ ଆସିଲା

ନାଗପୁର: ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହା ବେଳେବେଳେ ଆମକୁ ଦ୍ୱନ୍ଦ୍ୱରେ ପକାଇଦିଏ । ବିଜ୍ଞାନ ମଧ୍ୟ ଏହାର ସଠିକ୍ କାରଣ ଜାଣିବାରେ ଅସମର୍ଥ ହୋଇଥାଏ । ନାଗପୁରରେ ଏମିତି ଜଣେ ଯୁବକ ରହୁଛନ୍ତି, ଯିଏ ୩୬ ବର୍ଷ ଧରି ଗର୍ଭବତୀ ଥିଲେ । ଆଉ ଶେଷରେ ଜାଆଁଳା ଶିଶୁକୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।

ନାଗପୁରର ବାସିନ୍ଦା ସଞ୍ଜୁ ଭଗତ । ପିଲାଦିନରୁ ତାଙ୍କ ପେଟ ସାଧାରଣ ପିଲାମାନଙ୍କ ଅପେକ୍ଷା ଟିକିଏ ଫୁଲିକି ରହୁଥିଲା । ଏହି ଫୁଲା ପ୍ରତି ସେ କିମ୍ବା ତାଙ୍କ ଘର ଲୋକେ କେବେ ଧ୍ୟାନ ଦେଇ ନ ଥିଲେ । ବୟସ ବଢିବା ସହ ତାଙ୍କ ପେଟ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇଲା । ଏପରି ଦେଖି ପରିବାର ଲୋକେ ଚିନ୍ତିତ ହୋଇପଡ଼ିଲେ । ଭାଗବତ ତାଙ୍କ ପେଟକୁ ଦେଖି ଅଜବ ଅନୁଭବ କଲେ । ଏହା ଏତେ ଫୁଲିଗଲା ଯେ, ସେ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ଅନୁଭବ କଲେ ।

ଶେଷରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିର୍ି କରିଲେ । ତାଙ୍କୁ ପ୍ରଥମେ ଦେଖିବା ପରେ ଡାକ୍ତରମାନେ ଭାବିଥିଲେ ଯେ ତାଙ୍କର ଟ୍ୟୁମର ସମସ୍ୟା ରହିଛି । ତୁରନ୍ତ ଅପରେସନ କରିବାକୁ ପରାମର୍ଶ ଦେଲେ । ପରେ ଡାକ୍ତରମାନେ ଯେତେବେଳେ ଅପରେସନ୍ କରି ପେଟରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପେଟରେ ଟ୍ୟୁମର ବଦଳରେ ମଣିଷ ପରି ଆକୃତି ଥିବା ଦେଖିଲେ । ପରେ ପେଟରୁ ଗୋଡ଼, ହାତ, କେଶ, ଦୁଇ ମୁଣ୍ଡ ଆଦି ବାହାର କଲେ । ଏହାକୁ ଡ଼ାକ୍ତରମାନେ ୱାନିସିଂ ଟ୍ୱିନ୍ ସିଣ୍ଡ୍ରୋମ୍ ବୋଲି କହିଛନ୍ତି । ଅର୍ଥାତ୍ ମାତୃ ଗର୍ଭରେ ଭାଗବତ ଥିବା ବେଳେ ଏହି ଯାଆଁଳା ଶିଶୁ ତାଙ୍କ ପେଟରେ ରହିଯାଇଛନ୍ତି ।

Leave A Reply

Your email address will not be published.