Latest Odisha News

BREAKING NEWS

ବସ୍ ନା ଟ୍ରେନ୍ ? ବିଶ୍ୱର ପ୍ରଥମ “ଡୁଆଲ୍ ମୋଡ୍‌” ଗାଡି

ଭୁବନେଶ୍ୱର: ଅଗ୍ରଗତି କରୁଛି ସାରା ବିଶ୍ୱ । ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ଉଦ୍ଭାବନ । ଖାସ କରି ଗାଡି ନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳୁଛି ଭଳିକିଭଳି ପରିବର୍ତ୍ତନ । ଏହି ଧାରାରେ ଅତ୍ୟାଧୁନିକ ମାନସିକତା ରଖୁଥିବା ଜାପାନ ଆଣିଛି ବିଶ୍ୱର ପ୍ରଥମ ଡୁଆଲ୍ ମୋଡ୍ ଗାଡି ।

ଗତ ଶନିବାର ଜାପାନର କାୟୋ ସହରରେ ଗଡିଛି ଏହି ଅତ୍ୟାଧୁନିକ ଡୁଆଲ୍ ମୋଡ ବସ୍ । ଉଭୟ ରେଳବାଇ ଟ୍ରାକ ଓ ରୋଡରେ ଏହି ଗାଡି ବେଶ ଆରାମରେ ଯାତ୍ରୀଙ୍କୁ ବସାଇ ଦୌଡିପାରୁଛି । ମିନିବସ୍ ଭଳି ଦେଖାଯାଉଥିବା ଏହି ଡିଏମ୍‌ଭିରେ(ଡୁଆଲ୍ ମୋଡ୍ ଭେଇକିଲ୍‌) ଲାଗିଛି ସାଧାରଣ ରବର୍ ଟାୟାର । ଅନ୍ୟପଟେ ଏଥିରେ ରେଳବାଇ ଟ୍ରାକରେ ଗଡିଲା ଭଳି ଲୁହାର ଚକା ମଧ୍ୟ ଫିଟ୍ ହୋଇଛି । ଆବଶ୍ୟକତା ଅନୁସାରେ ଏହି ଗାଡି ସ୍ୱିଚ୍ ମୋଡରେ ଉଭୟ ପଥରେ ଚାଲିପାରିବ ।

ରିପୋର୍ଟ ଅନୁଯାୟୀ ଏହି ଗାଡି ସର୍ବାଧିକ ୨୧ଜଣ ଯାତ୍ରୀଙ୍କୁ ବସାଇ ରେଳବାଇ ଟ୍ରାକରେ ୬୦ କି.ମି ପ୍ରତି ଘଣ୍ଟାରେ ଦୌଡିପାରିବ । ସେହିଭଳି ସାଧାରଣ ରାସ୍ତାରେ ଏହି ଗାଡି ୧୦୦ କି.ମି ପ୍ରତି ଘଣ୍ଟାର ବେଗ ଧରିପାରେ । ଡିଜେଲରେ ଚାଲୁଥିବା ଏହି ଡିଏମ୍‌ଭି ଛୋଟଛୋଟ ଇଲାକାରେ ରହୁଥିବା ଲୋକଙ୍କ ଯାତାୟତରେ ସହାୟକ ହେବା ଲାଗି ନିର୍ମାଣ କରାଯାଇଛି ।

Leave A Reply

Your email address will not be published.