Latest Odisha News

BREAKING NEWS

ଗିରଫ ହେଲା କୁଖ୍ୟାତ ବକ୍ସର ଦୀପକ, ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ

ସୋନପତ: ହରିୟାଣାର ସୋନପତର କୁଖ୍ୟାତ ବକ୍ସର ତଥା ଗ୍ୟାଙ୍ଗଷ୍ଟାର ଦୀପକ ଶେଷରେ ପୋଲିସ ହାତରେ ଧରାପଡିଛି । ଦୀପକ ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ । ୧୫ ବର୍ଷ ବୟସରେ ଦୀପକ ୫୭କିଗ୍ରା ବିଭାଗରେ ଜାତୀୟ ଜୁନିୟର ଚାମ୍ପିୟନ ହୋଇଥିଲେ । ତାଙ୍କ ପ୍ରଦର୍ଶନ ଦେଖି ସମସ୍ତେ ଆଶା ବାନ୍ଧିଥିଲେ ଯେ, ଏହି ଯୁବ ବକ୍ସର ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ଜିତିବେ । ମାତ୍ର ଧନ, ସମ୍ମାନ ଓ କୁସଙ୍ଗତ ଯୋଗୁ ଦୀପକ ଗ୍ୟାଙ୍ଗଷ୍ଟାର ପାଲଟି ଯାଇଥିଲା । ଗୋଗୀ ଗ୍ୟାଙ୍ଗର ସେ ସଦସ୍ୟ ହେବା ପରେ କ୍ରୀଡା ଦୁନିଆକୁ ଛାଡି ଅପରାଧ ଜଗତର ବାଦଶାହ ସାଜିଥିଲା । ତାଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ୮ ମାସ ହେବ ଅପରେଶନ ଚଳାଇଥିଲା । ଏଫବିଆଇ, ଇଂଟରପୋଲ ଓ ମ୍ୟାକ୍ସିକାନ ପୋଲିସ ସମେତ ୧୦ ଏଜେନ୍ସିଙ୍କ ସହାୟତାରେ ସେ ଧରା ପଡିଥିଲା ।

ଏବେ ପଟିଆଲା ହାଇସକୋର୍ଟ ତାଙ୍କୁ ପୋଲିସ ରିମାଣ୍ଡରେ ପଠାଇ ଦେଇଛି । ଦୀପକ ଭାରତରୁ ଖସିଯିବା ପାଇଁ ସମସ୍ତ ଯୋଜନା ରଚି ସାରିଥିଲା । ଏଥର କିନ୍ତୁ ତାଙ୍କୁ ଭାଗ୍ୟ ସହାୟ ହୋଇ ନ ଥିଲା । ସେ ମୁରାଦାବାଦର ରବି ଅତିଲ ନାମରେ ପାସପୋର୍ଟ କରିଥିଲା । ସେ ପ୍ରଥମେ କୋଲକତା ଗଲା । ପରେ ମେକ୍ସିକୋ ସୀମା ନିକଟରେ ପଂହଚି ଅନ୍ୟ ୧୦ଜଣଙ୍କ ସହ ଅବୈଧ ରୂପରେ ପ୍ରବେଶ କରିଥିଲା । ମେକ୍ସିକୋ ମୋବାଇଲ ନମ୍ବର ବ୍ୟବହାର କରୁଥିଲେ ମଧ୍ୟ ଭାରତୀୟ ସିମ କାଢ଼ି ନ ଥିଲା । ଯାହା ଫଳରେ ପୋଲିସ ତାଙ୍କୁ ଗିରଫ କରି ପାରିଥିଲା ।

Leave A Reply

Your email address will not be published.