Latest Odisha News

BREAKING NEWS

ବାଲେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ ଅଟକ

ବାଲେଶ୍ୱର: ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

ମିଳିଥିବା ସୂଚନାନୁଯାୟୀ, ସୋମବାର ଦିନ ଏହି ଘଟଣା ଘଟିଛି । ତେବେ ଏହି ଘଟଣାର ୪ ଦିନ ପରେ ପୀଡ଼ିତାଙ୍କ ମାଆ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା ।

ଥାନାରେ ଅଭିଯୋଗ ଅନୁଯାୟୀ ନାବାଳିକାଟିକୁ ଅଭିଯୁକ୍ତ ଯୁବକ ଜଣକ ବଳପୂର୍ବକ ଭାବେ ଏକ ନିଛାଟିଆ ସ୍ଥାନକୁ ଟେକି ନେଇଥିଲା । ସେଠାରେ ତାକୁ ଏକୁଟିଆ ପାଇ ବଳପୂର୍ବକ ଦୁଷ୍କର୍ମ କରିଥିଲା ।

Leave A Reply

Your email address will not be published.