Latest Odisha News

BREAKING NEWS

ଷ୍ଟପେଜ ଓ ଗେଟ ଖୋଲିବା ଦାବିରେ ପାତ୍ରପଡା ମୋ ବସ୍ ଡିପୋରେ ଧାରଣା

ଭୁବନେଶ୍ବର: ଭୁବନେଶ୍ୱର ପାତ୍ରପଡା ସ୍ଥିତ ମୋ ବସ୍ ଡିପୋରେ ଧାରଣାରେ ବସିଲେ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀ ଧାରଣାରେ ବସି ରହିଛନ୍ତି ।  ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହଶହ ପାତ୍ରପଡା ବାସିନ୍ଦା । ଡିପୋରେ ମୋସ ବସକୁ ଅଟକାଇ ରଖିଛନ୍ତି ଆନ୍ଦୋଳନକାରୀ । ଏପରିକି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ।

ମୋ ବସ୍  ଡିପୋ ଆଗରେ ପାତ୍ରପଡା ନୋଡାଲ ହାଇସ୍କୁଲ ରହିଛି । ପ୍ରତିଦିନ ମୋ ବସ ଡ୍ରାଇଭରଙ୍କ  ମନମାନି  ଗାଡି ଚାଳନା ଯୋଗୁ ପିଲାଙ୍କ ଆକ୍ସିଡେଣ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏପରିକି ଦୁର୍ଘଟଣାରେ ଗାଈ ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟୁଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି ।

ତେଣୁ ଏଠାରେ  ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବି ନେଇ  ପାତ୍ରପଡା-ଭଗବାନପୁର ଯୁବନାହିନୀ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଫଳରେ ସକାଳୁ ସକାଳୁ ଡିପୋରୁ ମୋ ବସ ଗୁଡିକ ବାହାରି ପାରିନି । ପାତ୍ରପଡା ରୁଟରେ ଆଜି କୌଣସି ମୋ ବସ ଚଳାଚଳ କରିନାହିଁ ।

Leave A Reply

Your email address will not be published.