Latest Odisha News

BREAKING NEWS

ଶୀତ ଦିନେ ଫଟା ଗୋଇଠିକୁ ନେଇ ଚିନ୍ତିତ କି? ଜାଣନ୍ତୁ ଘରୋଇ ଜିନିଷରୁ ଏହାର ଉପଚାର

ଭୁବନେଶ୍ଵର: ଆରମ୍ଭ ହେଲାଣି ଶୀତ । ଏହି ସମୟରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ। ଶୀତ ଦିନେ ପାଦ ଓ ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା ଅଟେ । କିଛି ଲୋକଙ୍କର ଗୋଇଠି ଏପରି ଫାଟେ ଯେ ସେଥିରୁ ରକ୍ତ ବାହାରିଥାଏ । ଚର୍ମ ଶୁଷ୍କ ହେଲେ ଗୋଇଠି ଫାଟିଥାଏ। ତେଣୁ ଚେହେରା ଭଳି ଗୋଇଠିର ବି ଯତ୍ନ ନେବା ଆବଶ୍ୟକ। ଫଟା ଗୋଇଠିକୁ ଠିକ କରିବା ପାଇଁ ବଜାରରେ ନାନା ପ୍ରକାରର କ୍ରିମ ମିଳୁଛି। ଏଗୁଡିକ ବ୍ୟୟବହୁଳ ହୋଇଥିବା ବେଳେ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହାନୀକାରକ। କିନ୍ତୁ ଆପଣ ଘରୋଇ ଉପଚାର ମାଧ୍ୟମରେ ଫଟା ଗୋଇଠିରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଫଟା ଗୋଇଠି ଜନିତ ସମସ୍ୟାରୁ ମୁକ୍ତି ପାଇବାର ପାଞ୍ଚଟି ଘରୋଇ ଉପଚାର…

ମହୁ :

ମହୁ, ଚର୍ମର ଏକ ମଶ୍ଚରାଇଜିଂ ଏଜେଣ୍ଟ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟିମାଇକ୍ରୋବାୟଲ୍ ତତ୍ୱ ରହିଛି। ଗୋଟିଏ କପ ମହୁରେ କିଛି ଉଷୁମ ପାଣି ମିଶାଇ ସେଥିରେ କିଛି ସମୟ ଗୋଡ ବୁଡାଇ ରଖନ୍ତୁ । ପାଦ ବତୁରି ଗଲେ ଗୋଇଠିକୁ ଧୀରେ ଧିରେ ଘସନ୍ତୁ । ଚେଷ୍ଟା କରନ୍ତୁ, ଯେପରି ଆପଣଙ୍କ ଗୋଇଠିର ମୃତ କୋଷ ଗୁଡିକ ବାହାରିଯିବ।

ଆପଲ ସାଇଡର ଭିନେଗାର :

ଗୋଇଠି ଫଟାର ସର୍ବୋକୃଷ୍ଟ ଉପଚାର ହେଉଛି ଆପଲ ସାଇଡର ଭିନେଗାର । ଭାନେଗାର ଓ ଉଷୁମ ପାଣିକୁ ୧:୨ରେ ନେଇ ସେଥିରେ କିଛି ସମୟ ପାଦ ବୁଡାଇ ରଖନ୍ତୁ । ଏପରି କରିବା ଦ୍ୱାରା ପାଦର ମୃତ କୋଷିକା ଗୁଡିକ ବାହାରି ଯାଏ ।

ନଡିଆ ତେଲ :

ପାଦରେ ନଡିଆ ତେଲ ମାଲିସ କରିବା ଏକ ଭଲ ଅଭ୍ୟାସ । ନିୟମିତ ଭାବେ ପାଦରେ ନଡିଆ ତେଲ ଲଗାଇଲେ ପାଦ ଫାଟେ ନାହିଁ । ଏହା ଚର୍ମକୁ ସଫ୍ଟ ରଖେ ।

ଗୋଇଠିକୁ ଘଷନ୍ତୁ :

ପାଦକୁ କିଛି ସମୟ ଉଷୁମ ପାଣିରେ ବୁଡାଇ ରଖନ୍ତୁ । ପାଦ ନରମ ହୋଇ ଆସିଲେ ଗୋଇଠିକୁ ହାଲକା ଭାବରେ ଘଷନ୍ତୁ। ଚେଷ୍ଟା କରନ୍ତୁ ଯେ, ଆପଣଙ୍କ ଗୋଇଠିରେ ଥିବା ମୃତ କୋଷିକା, ମୋଟା ଚର୍ମ ଯେମିତି ବାହାରି ଯିବ । ଏହାପରେ ପାଦରେ ଭେସଲିନ କିମ୍ବା ମଶ୍ଚରାଇଜର ଲଗାନ୍ତୁ ।

ମଶ୍ଚରାଇଜିଂ :

ଦିନକୁ ଅନ୍ୟୁନ ଦୁଇଥର ପାଦରେ ବଟର, ଭେସଲିନ କିମ୍ବା ଅନ୍ୟ କୌଣସି ସ୍କିନ କ୍ରିମ୍ ଲଗାନ୍ତୁ । ଏହା ଆପଣଙ୍କ ପାଦକୁ ସଫ୍ଟ କରି, ତା ସହ ଚର୍ମକୁ ଶୁଷ୍କତାରୁ ରକ୍ଷା କରିବ । ପାଦ ସଫ୍ଟ ରହିଲେ ପାଦ ଫାଟେ ନାହିଁ ।

 

Leave A Reply

Your email address will not be published.