Latest Odisha News

BREAKING NEWS

ଧାମରା ପୋର୍ଟରେ କୋଇଲା ବଗିରୁ ଉଦ୍ଧାର ହେଲେ ନିଶାସକ୍ତ ଯୁବକ

ଧାମରା : ବୁଧବାର ଭଦ୍ରକରୁ ଧାମରା ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରେନ ଆସିଥିଲା । ପୋର୍ଟର ନିୟମାବଳୀ ଅନୁଯାୟୀ ଟ୍ରେନ ୱାଗନଗୁଡ଼ିକୁ ଯାଞ୍ଚ କରାଯାଇଥାଏ ।ପରେ ୱାଗନ ଟିପର ସ୍ଥାନରେ ଟ୍ରେନ ବଗିଗୁଡ଼ିକ କ୍ରମାନ୍ୱୟରେ ଟିପ୍ପଲର କରାଯାଇଥାଏ ।

କ୍ରମଶଃ ଟ୍ରେନ ବଗିରେ ଥିବା ପଣ୍ୟଦ୍ରବ୍ୟ କନ୍ଭେୟର ବେଲ୍ଟ ମାଧ୍ୟମରେ ନିର୍ଦ୍ଧାରିତ ଷ୍ଟକ୍ୱାର୍ଡରେ ଗଚ୍ଛିତ କରାଯାଇଥାଏ । କିନ୍ତୁ ୮ ତାରିଖ  ରାତିରେ ଦେଖାଗଲା ଜଣେ କୋଇଲା ଲୋଡିଂ ବଗିରେ ଚେତାଶୂନ୍ୟ ଅବସ୍ଥାରେ ଥିଲେ ।

ଡାକ୍ତରୀ ପରୀକ୍ଷାରୁ ଜଣାଗଲା ସେ ନିଶାସକ୍ତ ଅବସ୍ଥାରେ ଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ବଉତିପୁରସ୍ଥିତ ଦେବପୋଖରୀ ଗ୍ରାମର ଉମାକାନ୍ତ ସାହୁଙ୍କ ପୁଅ ଗଦାଧର ସାହୁ (୩୦) ।

ପ୍ରାଥମିକ ଅନୁସନ୍ଧାନରୁ ଜଣାଗଲା ଯେ, କୋଇଲା ବୋଝେଇ ଟ୍ରେନଟି ଭଦ୍ରକ ଷ୍ଟେସନରେ ଛିଡ଼ା ହୋଇଥିବାବେଳେ ଗଦାଧର ସେଥିରେ ଚଢି ଯାଇଥିଲେ ଓ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଧାମରା ପୋର୍ଟର ପଣ୍ୟଦ୍ରବ୍ୟ ଅନ୍ଲୋଡ଼ିଂ ସ୍ଥାନରୁ ଉଦ୍ଧାର କରାଯାଇଥିଲା । ଫଳରେ ଏକ ନିଶ୍ଚିନ୍ତ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଲା ।

ସୂଚନାଯୋଗ୍ୟ, ଧାମରାରୁ ଭଦ୍ରକ ଯାଉଥିବା ୬୩ କିମି ରେଲୱେ ଲାଇନରେ ଚଳନ୍ତି ଟ୍ରେନରୁ ବିପଦପୂର୍ଣ୍ଣ ଭାବେ କୋଇଲା ଚୋରି, ରେଳ ଲାଇନର ବିଭିନ୍ନ ଯନ୍ତ୍ରାଂଶ ଓ ରେଳ ଡବାରୁ ଆଇରନ ପ୍ଲେଟ ଆଦି ଚୋରି କରିବା ସମୟରେ ବହୁ ଦୁର୍ଘଟଣାର ଶିକାର ହେଉଛନ୍ତି । ମାତ୍ର ଏହା ଏଠାରେ ସାଧାରଣ କଥା ହୋଇଗଲାଣି ଯାହାଦ୍ୱାରା ରେଳଜନିତ ଦୁର୍ଘଟଣା ସମ୍ଭାବନାକୁ ବୃଦ୍ଧି କରିଛି ।

Leave A Reply

Your email address will not be published.