Latest Odisha News

BREAKING NEWS

ଦେବଗଡ଼ରେ ଯୁବକଙ୍କୁ ତୀର ମାରି ହତ୍ୟା ଉଦ୍ୟମ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବାରକୋଟରେ ଜଣେ ଯୁବକଙ୍କୁ ଧନୁ ତୀରରେ ଆକ୍ରମଣ ହୋଇଛି । ଉପରଖଣ୍ଡମା ଗାଁରେ ତୀର ମାଡ଼ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।

ଆହତ ହୋଇଥିବା ଯୁବକ ବାବୁ ଧିବର ବୋଲି ଜଣାପଡ଼ିଛି। ତୀର ମାରିବା ପରେ ଆକ୍ରମଣକାରୀ ଖସିଯାଉଥିବା ବେଳେ ଧିବରଙ୍କ ଜଣେ ପଡ଼ୋଶୀ ଆକ୍ରମଣକାରୀ କାବୁ କରିନେଇଥିଲେ । ପରେ ତାଙ୍କୁ ପୋଲିସ ଜିମା ଦିଆଯାଇଛି।

ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଶତ୍ରୁତା ସମ୍ବନ୍ଧୀୟ ଆକ୍ରମଣ ବୋଲି ଜଣାପଡ଼ିଛି । ବାବୁ ଧିବରକୁ ଗୁରୁତର ଅବସ୍ଥାରେ ଭୀମସାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.