Latest Odisha News

ଆସନ୍ତୁ ଜାଣିବା କିଏ କାହାକୁ କହିଲେ ଉଠ, ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳ…

ଅହମ୍ମଦାବାଦ: ଚଳିତ ବିଶ୍ୱକପ କ୍ରିକେଟରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଶନିବାର ଅହମ୍ମଦାବାଦରେ ଖେଳାଯିବ । ଓପନର ଶୁଭମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହେବା ଯୋଗୁ ପ୍ରଥମ ୨ଟି ମ୍ୟାଚ ଖେଳିପାରି ନାହାନ୍ତି । ସେ ଏହି ମ୍ୟାଚରେ ଖେଳିବା ନେଇ ଆଶା କରାଯାଉଛି । ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂ ଏହା ମଧ୍ୟରେ ଗିଲଙ୍କୁ ଫୋନ କରି କହିଛନ୍ତି ଉଠ..ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳ । ଜୀବନରେ ଏହି ସୁଯୋଗ ବାରମ୍ବାର ଆସେ ନାହିଁ । ମୁଁ ୨ ଥର ଡେଙ୍ଗୁରେ ଆକ୍ରାନ୍ତ ହେବା ସହ ଅସୁସ୍ଥତାରେ ଖେଳିଛି । ଏହା ଏକ ମହତ୍ୱପୂର୍ଣ୍ଣ ମ୍ୟାଚ । ଗିଲ ମଧ୍ୟ ଏଥିନେଇ ଉତ୍ସାହିତ ସହ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଡେଙ୍ଗୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀର ଦୁର୍ବଳ ହୋଇ ପଡିଥାଏ ।

ଦିନିକିଆ ବିଶ୍ୱକପରେ ପାକିସ୍ତାନଠାରୁ ଭାରତ କୌଣସି ମ୍ୟାଚରେ ପରାଜିତ ହୋଇ ନାହିଁ । ଏହା ଧାରା ବଜାୟ ରଖିବା ପାଇଁ ଟିମ ଇଣ୍ଡିଆ ପୁନର୍ବାର ଉଦ୍ୟମ କରିବ । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପରେ ଭାରତକୁ ଚାମ୍ପିୟନ କରାଇବାରେ ଯୁବରାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏପରିକି କ୍ୟାନ୍ସର ଅବସ୍ଥାରେ ମଧ୍ୟ ସେ ମ୍ୟାଚ ଖେଳି ଭାରତକୁ ଜିତାଇଛନ୍ତି ।

Leave A Reply

Your email address will not be published.