Latest Odisha News

BREAKING NEWS

“ଆଦିରନ ୨୦୨୩ ରେ” ଦୌଡିଲେ ରାୟଗଡାର ଯୁବ ପ୍ରତିଭା, ଦୁଲୁକିଲା ଗୋବିନ୍ଦ ଚନ୍ଦ୍ର ପଡ଼ିଆ

ରାୟଗଡା: ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆୟୋଜିତ ଆଦିରନ ୨୦୨୩ କାର୍ଯ୍ୟକ୍ରମରେ ଆଜି ଦୁଲୁକିଛି ରାୟଗଡା ଗୋବିନ୍ଦ ଚନ୍ଦ୍ର ପଡିଆ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୫୦୦ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବକ, ଯୁବତୀଙ୍କ ସହ ନେତା ମନ୍ତ୍ରୀ ଓ ଅଧିକାରୀ ଭାଗ ନେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ପଡିଆଠାରୁ ଆରମ୍ଭ ହୋଇଥିବା ମାରାଥନ ସହରର ମୁଖ୍ୟ ରାସ୍ତା ଦେଇ ମାଆ ମଝିଘରିଆଣି ମନ୍ଦିର ଦେଇ ଦୀପ୍ତି କଂଭେଣ୍ଟ ୟୁଜି ଏମ ଆଇଟି ଇନ୍ଦିରାନଗରରୁ ତୁମ୍ଭିଗୁଡା ଛକରୁ ମୁଖ୍ୟ ରାସ୍ତା ଦେଇ ରେଳବାଇ ଓଭରବ୍ରିଜ କୋରାପୁଟ ଛକରୁ ୧୦ କିମି ଅତିକ୍ରମ କରି ପୁଣି ଗୋବିନ୍ଦ ଚନ୍ଦ୍ର ପଡିଆଠାରେ ପହଞ୍ଚିଥିଲେ।

ଭାଗ ନେଇ ଥିବା ପିଲାମାନଙ୍କ ପାଇଁ ପ୍ରତ୍ୟେକ ଛକ ଛକରେ ପାଣି, ଗ୍ଲୁକଜ, କଦଳୀ ପ୍ରଦାନ କାରାଯାଉଥିଲା। ପଡ଼ିଆରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ମୋନରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ଉପରେ କଳାକାର ଦେଶିଆ ନୃତ୍ୟ ପରିବେଶଣ କରୁଥିବା ବେଳେ ମଞ୍ଚ ତଳେ ଭାଗ ନେଇଥିବା ଛାତ୍ରଛାତ୍ରୀ ନିଜକୁ ସମ୍ଭାଳି ନପାରି ଗୀତର ତାଳେ ତାଳେ ନାଚ ଆରମ୍ଭ କରିବା ଫଳରେ ସେମାନଙ୍କୁ ଦେଖି ମଞ୍ଚରେ ମଞ୍ଚାସିନ ଥିବା ଅନ୍ଵେଷା ଉପଦେଷ୍ଠା ଏଲିନା ଦାସ ମଧ୍ୟ ମଞ୍ଚ ତଳକୁ ଆସି ଝିଅଙ୍କ ସହିତ ନୃତ୍ୟ କରିଥିଲେ ଏବଂ ପଡିଆ ଦୁଲୁକି ଉଠିଥିଲା।

ଦୌଡ଼ରେ ପ୍ରଥମ ସ୍ଥାନରେ ରହିଥିବା ସିଦ୍ଧୁ ବିଡିକା ଏବଂ ନିଲେଦ୍ରୀ ମାଝୀ ଇଲେକ୍ଟ୍ରିକ ସ୍କୁଟି ପାଇଛନ୍ତି ଦ୍ଵିତୀୟ ସ୍ଥାନରେ ରହିଥିବା ନେତ୍ରମଣି ଶବର, ବିନୋଦିନି ବିଡ଼ିକା ଇଲେକ୍ଟ୍ରିକ ସାଇକଲ ପାଇଛନ୍ତି। ସେହିଭଳି ଅନ୍ୟମାନଙ୍କୁ ଟାବଲେଟ ପ୍ରଦାନ କାରାଯାଇ ଥିବାରୁ ବିଜେତା ମାନେ ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ପ୍ରୟାସ ଯୋଗୁଁ ଭାଗ ନେଇଥିବା ପ୍ରତିଯୋଗୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଅନ୍ୱେସା ଉପଦେଷ୍ଟା ଏଲିନା ଦାଶ୍, ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ଉପଦେଷ୍ଠା ସୁଧୀର ଦାଶ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଜିଲ୍ଲାପାଳ ସ୍ଵଧାଦେଵ ସିଂ, ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା, ଓବିସି ଉପଦେଷ୍ଠା ପୃଥିବୀ ରାଜ ସାହୁ, ପିଏ ଆଇଟିଡିଏ, ରାୟଗଡା, ଦିଲ୍ଲୀପ ବେହେରା, ପିଏ ଆଇଟି ଡିଏ ଗୁଣପୁର ଶାନ୍ତିପ୍ରଭା ପ୍ରଧାନ, ସ୍ୱତନ୍ତ୍ର ଅଧିକାରୀ ସରୋଜ କୁମାର ବେହେରାଙ୍କ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.