Latest Odisha News

BREAKING NEWS

ରାଜ୍ୟର ଆଉ ୧୦ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଖୁସି ଖବର ଆସିଛି । ପୂର୍ବରୁ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ଆଉ ୧୦ ଜଣ ରୋଗୀଙ୍କ କୋଭିଡ୧୯ ନମୁନା ନେଗେଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିକିତ୍ସା ପରେ ସୁସ୍ଥ ହୋଇଥିବା ଏହି ୧୦ଜଣଙ୍କ ମଧ୍ୟରେ ଭୁବନେଶ୍ୱରର ୫ ଜଣ ରହିଥିବା ବେଳେ ଭଦ୍ରକର ୨ ଜଣ ଏବଂ କଟକ, ଯାଜପୁର ଏବଂ ପୁରୀର ଜଣେ ଲେଖାଏଁ ରହିଛନ୍ତି । ଏମାନଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଏଯାଏଁ ଚିହ୍ନଟ ହୋଇଥିବା ମୋଟ ୪୮ କରୋନା ପଜିଟିଭଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.