Latest Odisha News

BREAKING NEWS

ଟ୍ରେନରୁ ଖସିଯାଇ ଧରାପଡ଼ିଲେ ୧୮ ଓଡ଼ିଆ ପ୍ରବାସୀ; ଅହମ୍ମଦାବାଦରୁ ଆସୁଥିଲା ଟ୍ରେନ୍

ଅନୁଗୁଳ: ଅନୁଗୋଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ଠାରୁ ୧ କିମି ଦୂର ୫୫ ନଂ ଜାତୀୟ ରାଜପଥ ଉପରେ ଥିବା ରେଳ ଫାଟକ ନିକଟରେ ଏକ ଟ୍ରେନ ଅହମଦାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାଉଥିବା ଟ୍ରେନରୁ ପୁଣି ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ହାତରେ ଧରା ପଡିଲେ ପ୍ରବାସୀ ।

ସୂଚନା ଅନୁସାରେ ଟ୍ରେନଟି ବଇଣ୍ଡା ରେଳ ଷ୍ଟେସନକୁ ଅତିକ୍ରମ କରିବା ପରେ ବଇଣ୍ଡା ଲେବଲ କ୍ରସିଂ ନିକଟରେ ଟ୍ରେନ ସାମ୍ନାକୁ ଏକ ଗାଈ ଚାଲିଆସିବାରୁ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ଘଟିବା ଫଳରେ ଟ୍ରେନଟିର ହୋସ ପାଇପଟି ଫାଟିଯିବାରୁ ଟ୍ରେନଟି ସେହି ସ୍ଥାନରେ ଅଟକି ଯାଇଥିଲା । ଏହାର ସୁଯୋଗ ନେଇ ଟ୍ରେନ ଭିତରେ ଥିବା ଆଠମଲ୍ଲିକ ଓ ଠାକୁରଗଡ ଅଞ୍ଚଳର ୧୮ ଜଣ ପ୍ରବାସୀ ଯୁବକ ଟ୍ରେନରୁ ଓଲ୍ହାଇ ନିକଟସ୍ଥ ଜଙ୍ଗଲରେ ଲୁଚି ଯାଇଥିଲେ ।

ଖବର ପାଇ ସଙ୍ଗେ ସଙ୍ଗେ ବଇଣ୍ଡା ଆରପିଏଫ ଅଧିକାରୀ ସଦଳବଳ ନେଇ ଖୋଜାଖୋଜି କରି ସମସ୍ତ ୧୮ ଜଣକୁ କାବୁ କରିଥିଲେ । ବଇଣ୍ଡା ଫାଣ୍ଡି ଅଧିକାରୀ ସନାତନ ମହାରଣା ଘଟଣା ସ୍ଥଳରେ ପହଞ୍ଚି ଗାଁବଇଣ୍ଡା ସଙ୍ଗରୋଧ କେନ୍ଦ୍ରକୁ ୧୦ ଜଣ ଓ ଲୁହାମୁଣ୍ଡା ସଙ୍ଗରୋଧ କେନ୍ଦ୍ରକୁ ୮ ଜଣ

ପ୍ରବାସୀଙ୍କୁ ପଠାଇ ଦେଇଛନ୍ତି ।

Leave A Reply

Your email address will not be published.