Latest Odisha News

BREAKING NEWS

ଅଭୟ ସିଂ, ଆରମ୍ଭ ଓ ଶେଷ ନଥିବା ଏକ ଉଦ୍ଭଟ କାହାଣୀର ନାୟକ

କିଏ ଏହି ଅଭୟ ସିଂ, ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଏତେ ପ୍ରବଳ ଚର୍ଚ୍ଚା? ତାଙ୍କ ମୃତ୍ୟୁ ପରେ ସେ ଯେମିତି ଅଧିକ ପାଣବନ୍ତ ଓ ପ୍ରତିଷ୍ଠିତ ହୋଇ ପଡିଛନ୍ତି!! ତାଙ୍କୁ ନେଇ ଅନେକ ମତ, ଅନେକ ଚର୍ଚ୍ଚା ଓ ଅନେକ ଗପ। ତେବେ ଅସଲ ଅଭୟ ସିଂଙ୍କୁ ଜାଣିଥିବା ଲୋକ, ଗୋଟିଏ କଥା ଜାଣେ ଯେ, ତାଙ୍କୁ…

ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ, ଅନ୍ତିମ ସନ୍ଧ୍ୟାରେ ଓଡିଶୀ ଓ ଷଢେଇକଳା ଛଉର ଚମତ୍କାରିତା

ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ତଥା ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୧୭ଶ ଧଉଳୀ କଳିଙ୍ଗ ମହୋତ୍ସବ ଉଦଯାପିତ ହୋଇଯାଇଛି।  ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଓଡିଶୀ, କୁଚୀପୁଡ଼ୀ ଓ ଷଢେଇକଳା ଛଉ ନୃତ୍ୟର ମନୋରମ ପରିବେଷଣ ଦେଖିବାକୁ…

ଧଉଳି କଳିଙ୍ଗ ନୃତ୍ୟ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା, ଭରତନାଟ୍ୟମର ଅଦ୍ଵିତୀୟ ଭାବବିନ୍ୟାସ

ଶାସ୍ତ୍ରୀୟ ନୃତ୍ୟ ଦେଖିବା ଓ ତାକୁ ଅନୁଭବ କରିବା, ଏକ ଭିନ୍ନ କଳା। ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ନିଜସ୍ଵ ମାର୍ଗ ରହିଥାଏ ଓ ସେ ମାର୍ଗ ବିଷୟରେ ଜାଣିନଥିବା ଲୋକ ପାଇଁ ଏ ପ୍ରକାର ନୃତ୍ୟ ଓ ସଙ୍ଗୀତ ଅତ୍ୟନ୍ତ ଦୁର୍ଗମ। ସବୁଠୁ ବଡ କଥା ହେଉଛି, ଭାରତ ପୃଥିବୀର ସର୍ବ ପୁରାତନ ଶାସ୍ତ୍ରୀୟ…

ଧଉଳି-କଳିଙ୍ଗ ଉତ୍ସବର ପ୍ରଥମ ସନ୍ଧ୍ୟା, ଓଡିଶୀରେ ଦଶାବତାରର ନୂଆ ପ୍ରୟୋଗ ଓ କଥକର ରୋମାଞ୍ଚ

ଧଉଳି –କଳିଙ୍ଗ ଉତ୍ସବର ଆରମ୍ଭ ହୋଇଥିଲା ଓଡିଶୀ “ଦଶାବତାର” ନୃତ୍ୟରୁ। ଶାନ୍ତି ଓ ସମତାର ପ୍ରତୀକ ଧଉଳି ଗିରି ପାଦଦେଶରେ ଓଡିଶା ଡାନ୍ସ ଏକାଡେମି ଦ୍ଵାରା ଆୟୋଜିତ ଏହି ଉତ୍ସବ ରାଜ୍ୟ ପର୍ୟଟନ ବିଭାଗର ସ୍ଵତନ୍ତ୍ର ମାନ୍ୟତା ପାଇଛି ଓ ଗତ କିଛି ବର୍ଷଧରି ରାଜ୍ୟ ସରକାର ଏହି ଉତ୍ସବ ଆୟୋଜନର…

କବିତା; ରାସ୍ତାରେ କଣ୍ଟା ପୋତୁଥିବା ମାଲିକ, ଶୁଣ!!

କେଦାର ମିଶ୍ର ରାସ୍ତା ସାରା କଣ୍ଟା, ରାସ୍ତା ସାରା ନିଆଁ ସାରା ରାସ୍ତା ଅହଙ୍କାରର ଏକ ଉତ୍ତପ୍ତ ନଦୀ।   ଏ ରାସ୍ତା କିନ୍ତୁ ତିଆରି ହୋଇଥିଲା ମୋର ହାଡରେ ଏ ରାସ୍ତାରେ ପଥର ଓ ପିଚୁ ହୋଇ କଂକ୍ରିଟ ଓ ପାଣି ହୋଇ ଢଳା ହୋଇଥିଲା ମୋର ଭାଗ୍ୟ  ଏ ରାସ୍ତାରେ…

ଓଡ଼ିଆ ଖବରକାଗଜ ଓ ସାହିତ୍ୟର ଡିଜିଟାଲ ଚେହେରା, କିଛି ପ୍ରଗତି କିଛି ସମସ୍ୟା

(କେଦାର ମିଶ୍ରଙ୍କ ସାପ୍ତାହିକ ସ୍ତମ୍ଭ "ମିଶ୍ରରାଗ")  ସାହିତ୍ୟ ସର୍ଜନାର ପ୍ରକ୍ରିୟା କେବେ ବଦଳି ନାହିଁ, ବଦଳି ପାରିବ ନାହିଁ। ଲେଖକର ଚିନ୍ତନ ଓ କଳ୍ପନାରୁ ସାହିତ୍ୟ ସୃଷ୍ଟି ହୁଏ। ଲେଖକ ମନର ପ୍ରତିଫଳନ, ଉଦ୍ବେଳନ, ଆନ୍ଦୋଳନ ଓ ମନ୍ଥନ ଭିତରୁ ଯାହା ସୃଷ୍ଟି ହୁଏ, ତାକୁ ସବୁ ସମୟର ଲେଖକ…

“ଆଧୁନିକ”ର ପ୍ରଥମ ସମ୍ପାଦକୀୟ, ଓଡିଆ ପ୍ରଗତିବାଦୀ ସାହିତ୍ୟର ମହାନାୟକ ଭଗବତୀ ଚରଣ ପାଣିଗ୍ରାହୀ

(୧, ଫେବୃଆରି, ୧୯୦୮-୨୩, ଅକ୍ଟୋବର, ୧୯୪୩, ମାତ୍ର ୩୫ ବର୍ଷର ଜୀବନ ବଞ୍ଚି ଭଗବତୀ ଚରଣ ପାଣିଗ୍ରାହୀଙ୍କର ଆଜି ୧୧୩ ତମ ଜୟନ୍ତୀ। ୩୫ ବର୍ଷର ତାଙ୍କ ଜୀବନ ଥିଲା ଜାତୀୟ ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟ। ଅଳ୍ପ ଆୟୁଷରେ ଏକ ବିରାଟ ଇତିହାସ ସୃଷ୍ଟି କରିଥିବା ସେ ଥିଲେ ଏକ ବିରଳ ବ୍ୟକ୍ତିତ୍ବ।…

ନିତ୍ୟା ମରିୟମ ଜନଙ୍କର ପାଞ୍ଚୋଟି କବିତା

ନିତ୍ୟା ମରିୟମ ଜନ, କେରଳରେ ରହୁଥିବା ନୂଆ ପ୍ରଜନ୍ମର ଅତ୍ୟନ୍ତ ଶକ୍ତିଶାଳୀ କବି। ତାଙ୍କ ଇଂରାଜୀ କବିତାର ନୂଆ ସଂକଳନ 'RUMINATIONS & REFLECTIONS' ଏବେ ଚର୍ଚ୍ଚାରେ। ମହାନଦୀ ବୁକ୍ସ, ଭୁବନେଶ୍ୱର ଦ୍ଵାରା ପ୍ରକାଶିତ ଏ ବହିରେ ରହିଛି କେତୋଟି ଚମକପ୍ରଦ କବିତା। ନିତ୍ୟାଙ୍କ ପାଞ୍ଚୋଟି…

ରମାକାନ୍ତ ସାମନ୍ତରାୟଙ୍କ “ଶୂନ”ରେ କେତେବେଳେ କିଛି ବି ଘଟିପାରେ

-ପ୍ରୀତିପ୍ରଜ୍ଞା ପ୍ରଧାନ ପୁସ୍ତକ: ଶୂନ(୬୧ଟି ରୂପକଥା) ଲେଖକ: ରମାକାନ୍ତ ସାମନ୍ତରାୟ ପ୍ରକାଶକ: ବ୍ଲାକ୍ ଇଗଲ୍ ବୁକସ ପ୍ରକାଶନ ସମୟ: ସେପ୍ଟେମ୍ବର ୨୦୨୦ ପ୍ରଚ୍ଛଦ ଚିତ୍ର: ରମାକାନ୍ତ ସାମନ୍ତରାୟ ପୃଷ୍ଠା ସଂଖ୍ୟା: ୧୩୮ ପ୍ରଥମ ଦେଖାରେ…

୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଜୀବନର ଅନ୍ତିମ କେତୋଟି ଦିନ

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ…