Latest Odisha News

BREAKING NEWS

କ୍ବାରେନଣ୍ଟାଇନ ନିୟମ ଉଲ୍ଲଙ୍ଘନ କରିଛନ୍ତି କରୋନା ପଜିଟିଭ ବ୍ୟକ୍ତି: କଂଗ୍ରେସ ବିଧାୟକ

କୋରାପୁଟ: ଜୟପୁରର ଜଣେ କରୋନା ପଜିଟିଭ୍ ବ୍ୟକ୍ତି ହୋମ୍ କ୍ବାରେନଣ୍ଟାଇନ ନିୟମ ଉଲ୍ଲଙ୍ଘନ କରିବା ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ବିଶାଖାପାଟଣା ପଳାଇଥିବା ନେଇ ସୋମବାର ଦିନ କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଛନ୍ତି।

କୋରାପୁଟ ଜିଲ୍ଲାପାଳଙ୍କୁ ବିଶାଖାପାଟଣା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ଜୟପୁର ବିଧାୟକ ଅନୁରୋଧ କରିଛନ୍ତି। ଯାହା ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ ଏବଂ ଚିକିତ୍ସା କରାଯାଇପାରିବ।

ଉଲ୍ଲେଖଯୋଗ୍ୟ, ଏହି ଜିଲ୍ଲାରେ ୬ଟି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଥିଲା ବେଳେ ସମସ୍ତେ ଆନ୍ଧ୍ରପ୍ରଦେଶରୁ ଫେରନ୍ତା ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.