Latest Odisha News

BREAKING NEWS

ମହାରାଷ୍ଟ୍ରରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମହାରାଷ୍ଟ୍ର: କରୋନା ଭାଇରସ ତାରା ଡେଣା ମେଲାଇବାରେ ଲାଗିଛି । ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ମହାରାଷ୍ଟ୍ରରେ ଆଉ ୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଂଚିଛି ।
ନୂଆ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ ମୁମ୍ବାଇର ଥିବା ଜଣାପଡିଛିିି । ଅନ୍ୟ ଜଣେ ନଭି ମୁମ୍ବାଇର ବୋଲି ଜଣାପଡିଛି । ଏ ସମସ୍ତଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ଏବେ ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ମାର୍ଚ୍ଚ ୩୧ ଯାଏଁ ମହାରାଷ୍ଟ୍ରର ସମସ୍ତ ମଲ୍ ବନ୍ଦ କରିବକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.