Latest Odisha News

BREAKING NEWS

ଅଧା ରାସ୍ତାରୁ ବରକୁ ଉଠାଇନେଲା ପୋଲିସ

ଆଠଗଡ: ଅଧାରେ ଅଟକିଗଲା ବହାଘର ଆଶା । ଅଧା ରାସ୍ତାରୁ ବରକୁ ଉଠାଇନେଲା ପୋଲିସ । ହାତଗଣ୍ଠି ପଡିବା ପୂର୍ବରୁ ବର ହାତରେ ପଡିଲା ହାତକଡି । ବେଦିକୁ ଯିବା ପୂର୍ବରୁ ବର ଗଲା ଜେଲ୍ । ଏଭଳି ଘଟଣା ଘଟିଛି ଆଠଗଡ ଥାନା ସାପୁଆ ବ୍ରିଜ ନିକଟରେ ।
ଆଠଗଡ ସାପୁଆ ବ୍ରିଜ ନିକଟରେ ବରକୁ ପୋଲିସ ଉଠାଇ ନେଇଛି । ବର ନାଁରେ ହତ୍ୟା ମାମଲା ଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଢ଼େଙ୍କାନାଳ ଜିଲ୍ଲା ତାଳବରକେଟା ଗାଁର ପ୍ରକାଶ ସ୍ୱାଇଁ ଗୁରୁବାର ଆଠଗଡ ସମସରପୁରକୁ ବାହା ହେବାକୁ ଯାଇଥିଲେ । ତେବେ ପ୍ରୋସେସନ ଚାଲିଥିବା ବେଳେ ବର ପ୍ରକାଶ ସ୍ୱାଇଁଙ୍କୁ ଗାଡି ଭିତରୁ ବାଙ୍କି ପୋଲିସ ଉଠାଇ ନେଇଛି ।
୨୦୧୮ମସିହାରେ ହୋଇଥିବା ଏକ ହତ୍ୟା ଘଟଣାରେ ପ୍ରକାଶଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଦୁଇ ବର୍ଷ ହେଲା ସେ ପୋଲିସକୁ ଚକମା ଦେଇ ଫେରାର ଥିଲା । ତେବେ ପୋଲିସ ଖବର ପାଇ ଆଜି ତାଙ୍କୁ ଉଠାଇ ନେଇଛି ।

Leave A Reply

Your email address will not be published.