Latest Odisha News

BREAKING NEWS

ନିର୍ଭୟରେ ତଥ୍ୟ ଦିଅନ୍ତୁ ନିଜାମୁଦ୍ଧିନ ଫେରନ୍ତା: ସୁବ୍ରୋତ ବାଗଚୀ

ଭୁବନେଶ୍ୱର: ନିର୍ଭୟରେ ତଥ୍ୟ ଦିଅନ୍ତୁ ନିଜାମୁଦ୍ଧିନ ଫେରନ୍ତା । ୨୪ ଘଂଟା ମଧ୍ୟରେ ସେମାନେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବାକୁ ଆହ୍ୱାନ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।ସେ କହିଛନ୍ତି ଯେ, ନିଜେ ସଚେତନ ହୁଅନ୍ତୁ ନିଜେ ଆଗକୁ ଆସନ୍ତୁ । କଂଟାକ୍ଟ ଟ୍ରେସିଂ ପର୍ଯ୍ୟନ୍ତ ଯାଆନ୍ତୁ ନାହିଁ । ଆପଣମାନେ ଆଗେଇ ଆସି ନିଜ ବାବଦରେ ଜଣାନ୍ତୁ । ତେବେ କୌଣସି ବ୍ୟକ୍ତି ଯଦି ନିଜାମୁଦ୍ଦିନରୁ ଫେରିଛନ୍ତି କିମ୍ବା ସେମାନଙ୍କ ସହ କୌଣସି ଲୋକ ସଂସ୍ପର୍ଶରେ ଆସିଛନ୍ତି ତେବେ ତାଙ୍କ ମାଆ ଓ ଭଉଣୀମାନେ ସେମାନଙ୍କୁ ବୁଝାନ୍ତୁ ଆଉ ୧୦୪କୁ କଲ କରି ସବିଶେଷ ତଥ୍ୟ ଦିଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବାଗଚୀ କହିଛନ୍ତି ।
ସେପଟେ ତବଲିଗ ଜମାତରୁ ଫେରିଥିବା ୨୮ଜଣଙ୍କୁ ରାଜ୍ୟ ସରକାର ଯୋଗାଯୋଗ କରିଛନ୍ତି । ଏମାନଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ ୨୫ଟି ନମୂନା ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ପଜିଟିଭ ଆସିଛି । ତବଲିଗ ଜମାତରୁ ଫେରିଥିବା ଲୋକେ ତୁରନ୍ତ ୧୦୪କୁ ଯୋଗେଯାଗ କରି ରାଜ୍ୟ ସରକାରଙ୍କୁ ସୂଚନା ଦିଅନ୍ତୁ । ଦରକାର ପଡିଲେ ସରକାର ଆପଣଙ୍କ ସମସ୍ତ ଚିକିତ୍ସା ବିନା ଖର୍ଚ୍ଚରେ କରିବେ ବୋଲି ବାଗଚୀ କହିଛନ୍ତି ।

Leave A Reply

Your email address will not be published.