Latest Odisha News

BREAKING NEWS

ଉପବାସ ପରେ କେଉଁସବୁ ଖାଦ୍ୟ ଖାଇବା ଉଚିତ, ଜାଣନ୍ତୁ

ଭୁବନେଶ୍ୱର: ପାର୍ବଣର ଏହି ସମୟରେ ଅନେକ ଲୋକ ବ୍ରତ ଏବଂ ଉପବାସ ରଖିଥାନ୍ତି। ମାଆଙ୍କ ନବରାତ୍ର ଉପାସ ମଧ୍ୟ ଏହା ମଧ୍ୟରେ ପଡୁଛି । ତେବେ ଉପବାସ ଶେଷ କରି ଖାଇବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ, ଯାହା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ।

ପ୍ରଚୁର ପାଣି ପିଅନ୍ତୁ :

ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଲି ପେଟ ରହିବା ପରେ ଆଗେ ଗୋଟିଏ ଗ୍ଲାସ୍ ପାଣି ପିଇବା ସବୁଠାରୁ ଲାଭଦାୟକ ହେବ। ଯାହାଦ୍ବାରା ପେଟ ଥଣ୍ଡା ହେବ ଏବଂ ପରେ ହେବାକୁ ଥିବା ହଜମ ସମସ୍ୟାକୁ ରୋକାଯାଇପାରିବ।

 

 

ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ:

ଉପାସ ପରେ ପ୍ରୋଟିନ୍ ଯୁକ୍ତ ଭରପୂର ଆହାର ଖାଇବା ପାଇଁ ପ୍ରୟାସ କରନ୍ତୁ। ଏହା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ।

ଜୁସ୍ ହେବ ଲାଭଦାୟକ:

ଆପଣ ଲେମ୍ବୁ ପାଣି, ଲସି, ନଡ଼ିଆ ପାଣି ମଧ୍ୟ ପିଇ ପାରିବେ। ଏହା ଦ୍ବାରା ଆପଣଙ୍କୁ ଶକ୍ତି ମିଳିବ ଏବଂ ଆପଣଙ୍କ ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ଭାବେ ହେବ।

ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ:

ଉପାସ ପରେ ତେଲ-ମସଲା ଯୁକ୍ତ ଖାଦ୍ୟ ନଖାଇବା ପାଇଁ ଚେଷ୍ଟା କରନ୍ତୁ। ମିଠା ଏବଂ ଛଣାଛଣି ଜିନିଷଠାରୁ ଦୂରେଇ ରୁହନ୍ତୁ,ଯାହା ଫଳରେ ଆପଣଙ୍କ ହଜମ ସମସ୍ୟାରେ କୈାଣସି ପ୍ରଭାବ ପଡ଼ିବ ନାହିଁ।

ଶକ୍ତିଦାୟକ ଖାଦ୍ୟ ଖାଆନ୍ତୁ:

ବ୍ରତ ଖୋଲିବା ପରେ ହାଲୁକା ଏବଂ ପାନୀୟ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଚାହିଁଲେ ଦହି ସହ ଫଳ ମଧ୍ୟ ଖାଇପାରିବେ।

ଅତ୍ୟଧିକ ଖାଦ୍ୟ ଖାଆନ୍ତୁ ନାହିଁ:

ବ୍ରତ ଖୋଲିବା ପରେ କେତେକ ଲୋକ ଅତ୍ୟଧିକ ଭୋଜନ କରିଥାଆନ୍ତି ଯାହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଥରକରେ ବେଶି ଖାଦ୍ୟ ଖାଆନ୍ତୁ ନାହିଁ।

ଦୀର୍ଘ ସମୟ ଖାଲି ପେଟ ରହିବା ପରେ ଅତ୍ୟଧିକ ଖାଦ୍ୟ ଖାଇବା ଫଳରେ ପେଟ ବ୍ୟଥା ସମସ୍ୟା ହୋଇପାରେ ଏବଂ ହଜମ କ୍ରିୟାରେ ମଧ୍ୟ ସମସ୍ୟା ଦେଖାଯାଇପାରେ।

Leave A Reply

Your email address will not be published.