Latest Odisha News

BREAKING NEWS

ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି,ଏହି ନିଆଁ ଏବେ ଭୟଙ୍କର ହେବାରେ ଲାଗିଛି  । ଏହି ଜଙ୍ଗଲ ନିଆଁ ଏବେ ଜନବସତି ଆଡକୁ ବ୍ୟାପିବାରେ ଲାଗିଛି। ଉତ୍ତରାଖଣ୍ଡର ଜଙ୍ଗଲର ଅଗ୍ନିକାଣ୍ଡକୁ   ନେଇ ଏବେ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି।

ଶୁଣାଣି ସମୟରେ ବେଞ୍ଚ କହିଛନ୍ତି ଯେ ବର୍ଷା ପାଇଁ ପାକୃତିକ ବର୍ଷା ଉପରେ ନିର୍ଭର କରିପାରିବା ନାହିଁ ।ରାଜ୍ୟ ସରକାରଙ୍କୁ  ପ୍ରତିଷେଧକ ବ୍ୟବସ୍ଥା କରିବାକୁ ପଡିବ ।ଏଥିସହ ଉତ୍ତରଖଣ୍ଡ ସରକାରଙ୍କୁ ମଧ୍ୟ କୋର୍ଟ ତାଗିଦ କରିଛନ୍ତି। ଉତ୍ତରାଖଣ୍ଡର ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଆଜି ଜଷ୍ଟିସ୍‌ ବିଆର୍‌ ଗଓ୍ୱଇ ଓ ଜଷ୍ଟିସ ସନ୍ଦୀପ ମେହତାଙ୍କ ଖଣ୍ଡପୀଠରେ ହୋଇଥିବା ଏକ ମାମଲାର ଶୁଣାଣି ହୋଇଛି ।

ଏହି ଶୁଣାଣିରେ  ଆବେଦନକାରୀଙ୍କ ଓକିଲ ଜଙ୍ଗଲ ଅଗ୍ନିକାଣ୍ଡ ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ଏହାକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଓକିଲ କହିଛନ୍ତି ଯେ ଗତ ବର୍ଷ ନଭେମ୍ବରରୁ ରାଜ୍ୟରେ ୩୯୮ ଟି ନିଆଁ ଲାଗିଥିବା ଘଟଣା ରେଜିଷ୍ଟର ହୋଇଛି । ଏଥିରେ  ୩୫୦ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୬୨ ଜଣଙ୍କ ନାଁ ରହିଛି । ଉତ୍ତରପ୍ରଦେଶର ୪୦ ପ୍ରତିଶତ ଲୋକ ନିଆଁରେ ଜଳୁଛନ୍ତି । ଜଙ୍ଗଲରେ ବାସ କରୁଥିବା ପଶୁ, ପକ୍ଷୀ ଏବଂ ଗଛ ଲତା ତଥା ଲୋକଙ୍କ ପ୍ରତି ଘୋର ବିପଦ ରହିଛି ବୋଲି ଆବେଦନକାରୀ କହିଛନ୍ତି।ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୧୫ ତାରିଖରେ ହେବ।

Leave A Reply

Your email address will not be published.