Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ବରୀ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ବିଜେପରି ମିଶ୍ରଣ ପର୍ବ । ଶଙ୍ଖ ଛାଡି ପଦ୍ମ ଧରିଲେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି, ‘ଦୁର୍ନୀତି ଓ ଭ୍ରଷ୍ଟାଚରର ଗନ୍ତାଘର ସାଜିଛି ବିଜେଡି । ୨୫ ବର୍ଷର ବିଜେଡି ସରକାରର ନିମ୍ନ ମାନର ସେବା କାରଣରୁ ଓଡିଶାବାସୀ ହନ୍ତସନ୍ତ ହେଉଛନ୍ତି । ପକ୍କାଘର, ପିଇବା ପାଣି, ବିଜୁଳି ଆଦି ମୌଳିକ ସେବା ଯୋଗାଇବାରେ ବି ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ । ୨୫ ବର୍ଷ ହେଲା ବିଜେଡି ଶାସନ କରିବା ସତ୍ୱେ ଓଡିଶାରେ ଦାରିଦ୍ର‌୍ୟ ଜାରୀ ରହିଛି । ଅଣଓଡିଆ ଲୋକମାନଙ୍କର ଆଧିପତ୍ୟ ଆଉ ପ୍ରଭାବ ବିସ୍ତାର ହୋଇଛି ଓଡ଼ିଶାରେ । ଏଥିଲାଗି ଓଡ଼ିଶାର ଲୋକ ପରିବର୍ତ୍ତନ ଚାହୁଁଛନ୍ତି’ ।

 

Leave A Reply

Your email address will not be published.