Latest Odisha News

BREAKING NEWS

ପାରାଦୀପରେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ପାରାଦୀପ : ପାରାଦୀପ ନିକଟସ୍ଥ ଅଠରବାଙ୍କି ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ପାରାଦୀପ ଆଡୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା । ଫଳରେ ମାଲ ବୋଝେଇ ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲାବଳେ ଭାରସାମ୍ୟ ହରାଇଥିବା ଟ୍ରକର ଡ୍ରାଇଭର ଗୁରୁତର ଥିବା ଜଣାପଡିଛି ।

ଗୁରୁତର ଡ୍ରାଇଭର ଜଣଙ୍କ ନାମ ପୃଥିରାଜ ମହାନ୍ତି ଓ ତାଙ୍କ ଘର ବାଲିକୁଦା ଅଞ୍ଚଳର ବୋଲି ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଅଠରବାଙ୍କି ନିଆଯାଇଥିଲା । ପରବର୍ତ୍ତି ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି । ଏନେଇ ପୋଲିସ ପକ୍ଷରୁ ଏକ ତଦନ୍ତ ଆରମ୍ଭ କରାଯାଇଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.