Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ୧ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍, ଦିଦିଙ୍କ ବଡ଼ ନିଷ୍ପତ୍ତି

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ବଡ ଘୋଷଣା । ସରକାର ଆଜି ମଧ୍ୟରାତ୍ରୀରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଏକ ଟଙ୍କାରେ ହ୍ରାସ କରିଦେଇଛନ୍ତି । ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଇନ୍ଧନର ମୂଲ୍ୟକୁ ନେଇ ରବିବାର ସୂଚନା ଦେଇଛନ୍ତି ।

କୋଲକାତାରେ ରବିବାର ପେଟ୍ରୋଲ ମୂଲ୍ୟ ୯୧.୭୮ ଟଙ୍କା ଥିଲା । ସେଭଳି ଡିଜେଲ ୮୪.୫୬ ପଇସା ପ୍ରତି ଲିଟର ଥିଲା । ରାଜଧାନୀ ଦିଲ୍ଲୀରେ ରବିବାର ପେଟ୍ରୋଲ ୯୦.୫୮ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ସବୁଠାରୁ ବଡ କଥା ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାର ଅଛି, ସେଭଳି ମମତା ସରକାରଙ୍କ ଏହି ନିଷ୍ପତ୍ତି ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇପାରେ ।

ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିବାରେ ଲାଗିଛି । ବିରୋଧୀ ଦଳ ଓ ସାଧାରଣ ଜନତା ଲଗାତାର କେନ୍ଦ୍ର ସରକାରଙ୍କୁ ଏନେଇ ଟାର୍ଗେଟ କରୁଛନ୍ତି ।

Leave A Reply

Your email address will not be published.