ଜୟପୁର: କ୍ଲାସରୁମରୁ ଡାକି ଆଣି ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କଲେ ଅଣଛାତ୍ର । କୋରାପୁଟ ଜିଲ୍ଲା ବାରିଣୀପୁଟ ପ୍ରୋଜେକ୍ଟ ହାଇସ୍କୁଲରେ ଏହି ଘଟଣା ଘଟିଛି । ଏହି ଘଟଣା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ସେପଟେ, ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି ଯେ, ଛାତ୍ର ଜଣକ ଖାଇବା ଛୁଟିରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଅଭିଯୁକ୍ତ ଜଣକ ପୂର୍ବବର୍ଷ ଏହି ସ୍କୁଲରୁ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିବା କାରଣରୁ ଏଭଳି ଅଘଟଣ ଘଟାଇଥିବା କୁହାଯାଉଛି । ଅଭିଯୁକ୍ତ ଛାତ୍ର ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୋଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ କରୁଛି ।
ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘରୋଇ ମେଡିକାଲରେ ଛାତ୍ରଙ୍କ ମୃତଦେହ ପଡିଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ମେଡିକାଲ ପରିସର । ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର ।