Latest Odisha News

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ଢେଙ୍କାନାଳ ଝିଅ

କାମାକ୍ଷାନଗର : ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ଢେଙ୍କାନାଳ ଝିଅ  । ମାତ୍ର ୧୮ ସେକେଣ୍ଡରେ ପିରିୟଡିକ ଟେବୁଲର ୧୧୮ ମୌଳିକର ନାଁ କହିଲେ ଶର୍ମିଷ୍ଠା ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶତ୍ରୁଘ୍ନ ଭୂୟାଁ ଓ ସୁପ୍ରଭା ଭୂୟାଁଙ୍କର ବଡ଼ ଝିଅ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଶର୍ମିଷ୍ଠା ନବମ ଶ୍ରେଣୀରେ ଥିବା ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଉତ୍ତରପ୍ରଦେଶ ନୋଏଡାର ୧୪ ବର୍ଷର ଛାତ୍ରୀ ଜିଆ କୁମାରଙ୍କ ନାମରେ ରହିଥିଲା ।

ସେ ୨୦୨୦ ମସିହା ସେପ୍ଟେମ୍ବର ୨୪ ତାରିଖରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ କରିଥିଲେ । ୨୫ ସେକେଣ୍ଡ ୨୦ ମିଲିସେକେଣ୍ଡରେ ଏହି ରେକର୍ଡ ନିଜ ନାମରେ କରିଥିଲେ । ଜିଆଙ୍କ ଏହି ରେକର୍ଡକୁ ୧୧ ବର୍ଷର ଓଡ଼ିଆ ଝିଅ ଶର୍ମିଷ୍ଠା ଭାଙ୍ଗି ଇଣ୍ଡିଆ ବୁକ ଅଫ ରେକର୍ଡସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ଶର୍ମିଷ୍ଠାଙ୍କ ଏହି ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ତାଙ୍କ ବାପା ମାଆ । ଆଗାମୀ ଦିନରେ ଝିଅର ନୂଆଁ ଉଦ୍ଭାବନରେ ସାହାଯ୍ୟ କରିବେ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

ସରାଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଶର୍ମିଷ୍ଠାଙ୍କର ଏହି ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ କମିଟିର ସଦସ୍ୟ ।

ଇଣ୍ଡିଆ ବୁକ ଅଫ ରେକର୍ଡସରେ ନୂଆ ରେକର୍ଡ ସ୍ଥାପନ କରିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବେଶ ଉତ୍ସାହ ଦେଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଶର୍ମିଷ୍ଠାଙ୍କ ଏହି ସଫଳତାକୁ ନେଇ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.