Latest Odisha News

BREAKING NEWS

ଆମୀରଙ୍କ ଘରେ କପିଲ ଶର୍ମା ଗୀତ ଗାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କପିଲ ଶର୍ମା ତାଙ୍କ ଟିଭି ଶୋ ଦ୍ୱାରା ନିଜର ପ୍ରଶଂସକଙ୍କ ଲଗାତାର ମନ ଜିତି ଆସୁଛନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଆମୀର ଖାନ ଅଛନ୍ତି। ଏହି ଭିଡିଓଟି କୌଣସି ଟିଭି ଶୋ’ର ନୁହେଁ ବରଂ ଆମୀର ଖାନଙ୍କ ଘରର ଭିଡିଓ। ଏଥିରେ ‘କ୍ୟାରି ଅନ୍ ଜଟ୍ଟା ୩’ ଏବଂ ‘ଦି କପିଲ ଶର୍ମା ଶୋ’ର ଦଳ ଏକାଠି ବସି ମଜା ମଜଲିସ କରୁଥିବା ନଜର ଆସିଛି। ଏହି ଭିଡିଓଟି ଅର୍ଚ୍ଚନା ପୁରନ ସିଂ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଅମୀର ଖାନ, କପିଲ ଶର୍ମା, ସୋନମ ବାଜୱା, କବିତା କୌଶିକ ଏବଂ କିକୁ ଶାରଦାଙ୍କ ସମେତ ଅନ୍ୟାନ୍ୟ କଳାକାର ଏହି ଭିଡିଓରେ ନଜର ଆସୁଛନ୍ତି। ସେହିଭଳି ଭିଡିଓରେ କପିଲ ଶର୍ମା ଆମୀରଙ୍କ ଘରେ ଗୁଲାମ ଅଲିଙ୍କ ପ୍ରସିଦ୍ଧ ସଂଗୀତ ‘ହଙ୍ଗାମା ହୈ କ୍ୟୁ ବରପା’ ଗାଉଥିବା ସହିତ ମ୍ୟୁଜିକ ମଧ୍ୟ ବାଜୁଥିବାର ନଜର ଆସିଛି। କପିଲଙ୍କ ସହ ଆମୀର ଖାନ ମଧ୍ୟ ମଜାଳିଆ ଢଙ୍ଗରେ ଗୀତ ଗାଇ କରତାଳି ଦେଉଥିବାର ନଜର ଆସିଛନ୍ତି।

ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, “ଦଶନ୍ଧି ପରେ ଆମୀରଙ୍କ ସହ #ରାଜାହିନ୍ଦୁସ୍ତାନ। ପୁରୁଣା ସ୍ମୃତିକୁ ପୁଣି ମନେ ପକେଇବା ସତେ ଯେପରି ବହୁ ବର୍ଷର ଦୂରତାକୁ ଲିଭାଇ ଦେଇଛି। ଆପଣଙ୍କ ଘରେ ଏହି ସୁନ୍ଦର ସନ୍ଧ୍ୟା ପାଇଁ ଆମୀରଙ୍କୁ ଅଶେଷ ଧନ୍ୟବାଦ। ‘କ୍ୟାରି ଅନ୍ ଜଟ୍ଟା ୩’ ଫିଲ୍ମ ପାଇଁ ଚିଅର୍ସ”।

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର ହେବା ପରେ ପ୍ରଶଂସକଙ୍କ ସମେତ କପିଲ ଶର୍ମା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ଏହା କେତେ ସୁନ୍ଦର ସନ୍ଧ୍ୟା ଥିଲା। ଏହି ସୁନ୍ଦର ସ୍ମୃତିଗୁଡ଼ିକୁ କ୍ୟାମେରାରେ କଏଦ କରିଥିବାରୁ ଅର୍ଚ୍ଚନା ମ୍ୟାମ୍‌ଙ୍କୁ ଧନ୍ୟବାଦ”। ସୂଚନାଯୋଗ୍ୟ ଯେ ପୂର୍ବରୁ ହାସ୍ୟ ଅଭିନେତା କପିଲ ଶର୍ମା ଆମୀର ଖାନଙ୍କ ସହ ଏହି ବିଶେଷ ସନ୍ଧ୍ୟାର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ପତ୍ନୀ ଗିନ୍ନି ମଧ୍ୟ ନଜର ଆସିଥିଲେ।

Leave A Reply

Your email address will not be published.