Latest Odisha News

BREAKING NEWS

ଭୁବନରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡ଼ାକରା, ସାଧାରଣ ଜୀବନଯାତ୍ରା ବ୍ୟାହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଭୁବନରେ ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।

ଭୁବନକୁ ଏକ ସବ-ଡ଼ିଭିଜନ ମାନ୍ୟତା ଦେବା ସହିତ ୮ଟି ଦାବୀ ପୂରଣ ଲାଗି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଭୁବନ ବନ୍ଦ ଡ଼ାକରା ଦିଆଯାଇଛି ।

ଏହି ବନ୍ଦ ପାଳନ ଯୋଗୁଁ ସମଗ୍ର ଭୁବନ ଅଞ୍ଚଳରେ ପ୍ରାୟ ଅଧିକାଂଶ ଦୋକାନ ବଜାର ବନ୍ଦ ରହିବା ସହିତ ରାସ୍ତାଘାଟରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଆନ୍ଦୋଳକାରୀମାନେ ଭୁବନର କାଳୀବଜାର ନିକଟରେ ୫୩ ନଂ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣଭାବେ ଅବରୋଧ କରିଛନ୍ତି, ଫଳରେ ଘଣ୍ଟା ଘଣ୍ଟା ଧରି ଶହଶହ ଯାନବାହନ ଚଳାଚଳ କରିନପାରି ପଡ଼ିରହିଛି ।

“ବ୍ଲକକୁ ସବ-ଡ଼ିଭିଜନ ଦାବୀ ଏକ ଭୁବନବାସୀଙ୍କର ଏକ ଦୀର୍ଘଦିନର ଦାବି । ସବ-ଡ଼ିଭିଜନ ମାନ୍ୟତା ପାଇବାର ସମସ୍ତ ଯୋଗ୍ୟତା ସତ୍ତେ୍ୱ ଭୁବନକୁ ମାନ୍ୟତା ଦିଆଯାଇନାହିଁ । ସରକାର ଆମ ଦାବିକୁ ପୂରଣ କରିବେ ବୋଲି ଆମର ଆଶା,” ଏହିକଥା କହିଛନ୍ତି ଆନ୍ଦୋଳନରତ ଜଣେ ଦଳୀୟ କର୍ମୀ ।

ତେବେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.