Latest Odisha News

BREAKING NEWS

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରେ ଶୁକ୍ରବାର ସକାଳେ ବାୟୁ ସେନାର ଏକ ମାଇକ୍ରୋଲାଇଟ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନଜରକୁ ଆସିଛି ।

ସୂଚନା ଅନୁଯାୟୀ ବାୟୁ ସେନାର ଏହି ବିମାନଟି ଗାଜିଆବାଦର ହିଣ୍ଡନରୁ ଉଡାଣ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଉଡାଣର କିଛି ସମୟ ପରେ ବାଗପତ ଠାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏଥିସହିତ ବିମାନରେ ଥିବା ଦୁଇ ପାଇଲଟ ସଠିକ୍ ସମୟରେ ବିମାନରୁ ବାହାରି ଆସିଥିଲେ । ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ନିମନ୍ତେ ଆଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.