Latest Odisha News

BREAKING NEWS

ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଯିବାବେଳେ ଓଲଟିଲା ଗାଡ଼ି, ଅଧାରେ ରହିଲା ଯାତ୍ରା ଦେଖା

ଉମରକୋଟ : ଅଧାରେ ରହିଲା ଶୀତଳ ଷଷ୍ଠୀ ଯାତ୍ରା ଦେଖା । ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି । ୧୨ରୁ ଉର୍ଦ୍ଧ୍ୱ ମହିଳା ଆହତ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଗତକାଲି  ବିଶ୍ୱମପୁରୀଆ ସାହିରୁ ଗାୟତ୍ରୀ ପରିବାର କିଛି ମହିଳା ଏକ ପିକଅପ୍‌ ଭ୍ୟାନରେ ଉମରକୋଟକୁ ଶୀତଳ ଷଷ୍ଠୀ ପୂଜା ଦେଖିବା ପାଇଁ ଯାଉଥିଲେ । ବାଟରେ ଏକାମ୍ବା-ଅଞ୍ଚଳା ମଝିରେ ଭାରସାମ୍ୟ ହରାଇ ଗଛରେ ଭ୍ୟାନଟି ପିଟି ହୋଇଥିଲା । ଫଳରେ ପିକଅପ ଭ୍ୟାନ ଗାଡ଼ିଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା ।

ପିକଅପ୍‌ ଭନଟି ଓଲଟି ପଡ଼ିବା ଯୋଗୁଁ ସେଥିରେ ବସିଥିବା ୧୨ରୁ ଉର୍ଦ୍ଧ୍ବ ମହିଳା ଆହତ ହେବା ସହ ୭ ଜଣ ମହିଳା ଗୁରୁତର ହୋଇଛନ୍ତି । ପିକଅପ୍‌ ଭ୍ଯାନରେ ୨୫ରୁ ଉର୍ଦ୍ଧ୍ବ ମହିଳା ରହିଥିଲେ । ସମସ୍ତ ଆହତ ଓ ଗୁରୁତରଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି ।

 

Leave A Reply

Your email address will not be published.