Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“କାଇଁ, ମୁଁ କ’ଣ କହିନଥିଲି କି ଆମେ ଆମ ଆଈଙ୍କ ପାଖରେ ରହୁଥିଲୁ ବୋଲି?” ସିଡ଼୍‌ ପାଲଟା ପ୍ରଶ୍ନ କଲା । “ହଁ କହିଥିଲ । ହେଲେ ଏ କଥା କହିନ ଯେ ଏତେ ସୁନ୍ଦର କ୍ୟାବିନଟେ ବୁକ୍ କରିଚ ।” ବୀରା ସାଙ୍ଗେ ମିଶିଯାଇ ସମୀରା କହିଲା । “ହେଲେ, ସିଡ଼୍ କହିଥିଲା ନା, ଆମ ଆଈ ବହୁତ ଧନୀ । ଆମେ ସେଠାରୁ ପଳେଇ ଆସିବା କଥା ଶୁଣି ସେ ଏତେ ଖୁସି ହେଇଗଲା ଯେ ଆମ ରୁମ୍‌ରେ ତା’ ବ୍ୟାଙ୍କ୍ ଆକାଉଚା୍ ପାସ୍‌ୱାର୍ଡ଼ ଭୁଲ୍‌ରେ ଛାଡ଼ି ଦେଇଯାଇଥିଲା । ଆଉ, ଆମେ ଏ ସୁନ୍ଦର ରୁମ୍ ବୁକ୍ କରିପାରିଲୁ ।” ନିଜ ରୁମ୍‌ରେ ଆଖି ବୁଲେଇନେଇ ରୋହାନ୍‌ କହିଲା ।

“ତା’ହେଲେ ମତେ ମନେ ପକାଇଦବ ଯେ ତମ ଦି’ଜଣଙ୍କ ପାଖରେ ମୁଁ ଯେମିତି ମୋ’ ପାସ୍‌ୱାର୍ଡ଼ ଛାଡ଼ି ଦେଇ ନ ଯାଏଁ ।” ସମୀରା କଥା ଶୁଣି ଥ…ା କଲା ଭଳି ବୀରା ତା’ ସାମ୍ନାରେ ମୁଣ୍ଡ ନୁଆଁଇଲା ଓ ରୋହାନ୍ ‘ଚେସୁକ୍ୟାଟ୍‌’ ଭଳି ହସଟେ ହସିଲା । ଆରାମଦାୟକ ସୋଫାରେ ବସୁବସୁ ବୀରା ପଚାରିଲା, “ଏବେ କ’ଣ କରିବା?” “କିଛି ନାହିଁ । ମୁଁ କେଡ଼େ ମହାନ୍ କେବଳ ସେଇ ବିଷୟରେ ଚର୍ଚ୍ଚା କରିବା,” ସାର୍ଟ କଲର୍ ଟେକି ସିଡ଼୍ କହିଲା ତ ବୀରା ତାକୁ ଥଟ୍ଟା କରିବାରେ ଲାଗିପଡ଼ିଲା ।

“ଆଚ୍ଛା ଚାଲ, “ଟ୍ରୁଥ୍ ଆଣ୍ଡ୍ ଡେୟାର୍‌” – ଗୋଟେ ଖେଳ ଖେଳିବା ।” ବୀରା ପ୍ରସ୍ତାବରେ ସମସ୍ତେ ରାଜି ହୋଇ ଖେଳିବାକୁ ପ୍ରସ୍ତୁତ ହେଲେ ତ ପ୍ରଥମେ ଖେଳର ସର୍ତ୍ତ ବିଷୟରେ ରୋହାନ୍‌କୁ ପଚାରାଗଲା । ସମସ୍ତେ ପାଳିକରି ନିଜ ନିଜର ସର୍ତ୍ତ ମୁତାବକ ଅନେକ ସମୟ ଧରି ମନଭରି ଖେଳିଲେ ।

ହାଲିଆ ହୋଇଗଲା ପରେ ବୀରା କହିଲା, “ମତେ ବହୁତ ଜୋର୍‌ରେ ନିଦ ଲାଗିଲାଣି । ଆଉ ହବନି । ଯାଉଛି ଶୋଇବି ।” ବୀରା ଆଗୁଆ ଯାଇ ଖଟ ଉପରେ ପଡ଼ିଗଲା । ନିଦରେ ଆଖିପତା ମାଡ଼ି ପଡ଼ୁଥିଲେ ବି ତାକୁ ନିଦ ହେଲାନି । ୟାଡ଼ୁସାଡ଼ୁ ଗୁଡ଼ାଏ ଚିନ୍ତା ମାଡ଼ିବସିଲା । ତା’ର ସବୁଠୁ ପ୍ରିୟ ସାଙ୍ଗ କ୍ରିଷ୍ଟାଲ୍ । ତା’ର କ୍ଲାସ୍ ଟିଚର ‘ସ୍ୟାଲି’ ଆଜି ଅନେକଙ୍କ କଥା ଏତିକିବେଳେ ବହୁତ ମନେ ପଡ଼ିଲା । ସବୁ ଚିନ୍ତା ବୁଲିବୁଲି ଶେଷରେ ରୋହାନ୍ ଓ ସମୀରା ଦି’ଙ୍କ ପାଖରେ ଅଟକିଗଲା । ଆଜି ସକାଳେ ଖେଳବେଳେ ସିଦ୍ଧାର୍ଥ ସହ ହାଲ୍‌କା ମନାନ୍ତର କଥା ମନେ ପକେଇ ଦୋଷୀଦୋଷୀ ଲାଗିଲା ମଧ୍ୟ ।

କ୍ରମଶଃ

 

Leave A Reply

Your email address will not be published.