Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ଓଡ଼ିଶା ପହଞ୍ଚିବେ ୧୫ କମ୍ପାନୀ ଫୋର୍ସ

ଭୁବନେଶ୍ବର: ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ । ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାହା ପାଇଁ ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୭୫ କମ୍ପାନୀ ଫୋର୍ସ ଯୋଗାଇ ଦିଆଯାଇଛି ।

ଆଜି ଓଡ଼ିଶାରେ ୧୫ କମ୍ପାନୀ CAPF ଫୋର୍ସ ପହଂଚିବେ । ସେମାନଙ୍କୁ ୧୫ ଜିଲ୍ଲାରେ ମୁତୟନ କରାଯିବ । ପରେ ଆଉ ୬୦ କମ୍ପାନୀ ଫୋର୍ସ ପହଞ୍ଚିବେ ବୋଲି କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।  ପରିସ୍ଥିତି ଦେଖି ଫୋର୍ସ ସଂଖ୍ୟା ମଧ୍ୟ ବଢ଼ିବା କଥା କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ।

ଓଡ଼ିଶା ପାଇଁ ୭୫ କମ୍ପାନୀ ଫୋର୍ସ ନିୟୋଜିତ ହେବେ । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୫ କମ୍ପାନୀ ଓଡ଼ିଶା ଆସିଛନ୍ତି । ସେମାନଙ୍କୁ ବ୍ରହ୍ମପୁର, ଅନୁଗୁଳ, ବାଲେଶ୍ବର, ସମ୍ବଲପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ଭୁବନେଶ୍ବର ଏପରି ୧୫ ଜିଲ୍ଲାରେ ନିୟୋଜିତ କରାଯିବ । ଏହା ପରେ ୬୦ କମ୍ପାନୀ ଫୋର୍ସ ଆସି ପହଞ୍ଚିବେ। ଅତି ସମ୍ବେଦନଶୀଳ ଓ ନକ୍ସଲ ମୁତୟନ କରାଯିବ ।

ଓଡ଼ିଶାର ୧୦ଟି ଜିଲ୍ଲାରେ ନକ୍ସଲମାନେ ହିଂସାକାଣ୍ଡ ଘଟାଉଛନ୍ତି । ଛତିଶଗଡ଼ର ନକ୍ସଲ ମଧ୍ୟ ଓଡ଼ିଶାରେ ପ୍ରବେଶ କରି ବିଭିନ୍ନ ହିଂସାତ୍ମକ କାର୍ଯକଳାପ ଘଟାଉଛନ୍ତି । ସେମାନେ ଯେପରି ଓଡ଼ିଶାରେ ପ୍ରବେଶ ନକରିପାରିବେ ସେ ଦିଗରେ ଦୃଷ୍ଟି ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ୧୫ କମ୍ପାନୀ ଓଡ଼ିଶାରେ ପହଞ୍ଚିବେ । ବହୁ ଯବାନ ନକ୍ସଲ ପ୍ରବଣ ଜିଲ୍ଲାରେ ମୁତୟନ ଥିଲେ । କେଉଁଠି କେତେ ଫୋର୍ସ ମୁତୟନ ହେବେ ଏନେଇ ମୁଖ୍ୟ ନିର୍ବାଚନ କମିଶନର ନିଷ୍ପତି ନେବେ ।

 

Leave A Reply

Your email address will not be published.