Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

BjdElectrycity

– ଆପଣ ନୁହେଁ, କୁହ ସୁଜାତା… ଜିତା ବୋଲି ଡାକ… ।
– ଆପଣ ଏ ସବୁ କ’ଣ କହୁଛନ୍ତି ?
ମୀନାକ୍ଷି ପୁଣି ଆରମ୍ଭ କଲା ।

ମୁଁ ଅନେକ ସମୟ ହେଲା ଆସିଛି । ବାହାରେ ଝରକା ଆଢ଼ୁଆଳରୁ ମୁଁ ସବୁ ଶୁଣିଛି । ଗୋଟିଏ ପଲକରେ ଚୁରମାର ହୋଇଯାଇଥିବା ତମର ସ୍ୱପ୍ନକୁ ଫେରାଇ ଆଣିବାପାଇଁ ମୁଁ ତମ ନିକଟରେ ନିବେଦିତା ସରୋଜ ! ସୁଜାତା ଭଳି ନ ହେଲେ ବି ମୁଠା ମୁଠା ମମତାରେ ମୁଁ ପୁଣି ତୁମ ଜୀବନକୁ ପୁଷ୍ପିତ କରିବାକୁ ଚେଷ୍ଟା କରିବି ।
ମୋ ଜୀବନରେ ଯାହା ଘଟିଯାଇଛି, ତାହା ଏକ ନାଟକ । ମାନୁଛି, ମୁଁ ତାର ଥିଲି ମୁଖ୍ୟ ନାୟିକା । ମୋ ଅଭିନୟରେ ସଫଳତା ପାଇଁ ଲୋକେ ମତେ ପ୍ରଶଂସା କଲେ, … କରତାଳି ଦେଲେ… ଅଭିନନ୍ଦନର ମାଳା ମୋ ଗଳାରେ ଲମ୍ବାଇଲେ । କିନ୍ତୁଆଜି ରାତି ପାହିଯାଇଛି । ମୋର ଅଭିନେତ୍ରୀ ଜୀବନ ସରିଯାଇଛି । ମଞ୍ଚ ଉପରେ ଯବନୀକା ପକାଇ ମୁଁ ଗ୍ରୀନ୍‌ରୁମ୍‌କୁ ଆସିଯାଇଛି । ଏଇ ରୁମର ବାହାର ହିଁ ମୋର ବାସ୍ତବ ଦୁନିଆ… ଏଇଠି ଅଛି ସତ୍ୟର ପୃଷ୍ଠଭୂମି… ଜୀବନର ପ୍ରକୃତ ରୂପ । ଏ ରୂପର ଛଳନା ନାହିଁ… କୌଣସି ଆଟୋପ, ଆଡ଼ମ୍ବର ବାହ୍ୟ ପ୍ରଲୋଭନ ନାହିଁ । ଭରପୂର ଜୀବନ, ନିର୍ଭେଜାଲ ମମତାର ଏ ଦୁନିଆରେ ଆପଣଙ୍କୁ ଭେଟିଛି । ପଦ୍ମିନୀକୁ ଭେଟିଛି । ଏତେ ତୁଷାରପାତ ସତ୍ତ୍ୱେ ଯେ ସତେଜ… । ଏତେ କମନୀୟ… ।
କାହାପ୍ରତି ଆପି ନାହିଁ… ଅଭିଯୋଗ ନାହିଁ… ସ୍ଥିର…. ।

ସରୋଜଙ୍କ ଦୁଇ ହାତକୁ ଧରି ମୀନାକ୍ଷି ବେଳକୁ ବେଳ ବାକ୍ ଉନ୍ମାଦିନୀ ହୋଇଉଠୁଥିଲା ।

କ’ଣ ହେଲା, କ’ଣ ହେବାକୁ ଯାଉଛି ଏବଂ ୟା ଭିତରେ ତା’ର କର୍ତ୍ତବ୍ୟ କ’ଣ- କିଛି ସ୍ଥିର କରି ନପାରି ପଦ୍ମିନୀ ପଥର ର୍ମୂିପରି ଅନେକ ବେଳୁ ଛିଡ଼ା ହୋଇ ରହିଥିଲା ।

କେତେ ସମୟ ପରେ ମୀନାକ୍ଷି ପୁନର୍ବାର ଉଚ୍ଛୁଳି ଉଠିଲା ।

Leave A Reply

Your email address will not be published.