କୋଲକାତା: ବିଜୟରୁ ଟି-ଟ୍ୱେଣ୍ଟି ଅଭିଯାନ ଆରମ୍ଭ । ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୫୮ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା । ପ୍ରଥମରୁ ପ୍ରହାର ଆରମ୍ଭ କରିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ତାଙ୍କୁ ସାଥ ଦେଇଥିଲେ ଇଶାନ୍ କିଷାନ । ରୋହିତ ୪୦ ଓ ଇଶାନ୍ କିଷାନ ୩୫ ରନ୍ କରି ବିଜୟର ମୂଳଦୂଆ ପକାଇଥିଲା ।
ପରେ ସୂର୍ୟ୍ୟକୁମାର ଯାଦବ ୩୪ ରନ୍ ଓ ଭେଙ୍କଟେଶ ଆୟାର ୨୪ ରନ୍ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ । ମାତ୍ର ୪ ୱିକେଟ ବିନିମୟରେ ୭ଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଟସ୍ ଜିତି ରୋହିତ ଶର୍ମା ୱେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ।
ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୫୭ ରନ୍ କରିଥିଲା । ନିକୋଲାସ୍ ପୁରଣ ସର୍ବାଧିକ ୬୧ ରନ୍ ପିଟିଥିଲେ । ଶେଷ ଆଡକୁ କିରଣ ପୋଲାର୍ଡ ୧୯ ବଲରୁ ଅପରାଜିତ ୨୪ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ହର୍ଷଲ ପଟେଲ୍ ଓ ରବି ବିଷ୍ଣୋୟୀ ୨ଟି ଲେଖାଏ ୱିକେଟ ନେଇଥିଲେ । ଭୁବନେଶ୍ୱର କୁମାର, ଦୀପକ ଚହର, ଯୁଜବେନ୍ଦର ଚହଲଙ୍କ ଖାତାରେ ଗୋଟିଏ ଲେଖାଏ ୱିକେଟ ପଡ଼ିଥିଲା ।
BREAKING NEWS
- Salman Gets Emotional: ବିଗ୍ବସ୍ ୨୦ ମଞ୍ଚରେ କାହିଁକି ଭାବୁକ ହେଲେ ସଲମାନ? ଲୁହ ଛଳଛଳ ହେଲା ଆଖି!
- ଜଙ୍ଗଲ ମନ୍ତ୍ରୀଙ୍କ ବଡ଼ ବୟାନ: ଓଡିଶାରେ ରହିବେ ଓରାଙ୍ଗଓଟାନ!
- କେମିତି ତିଆରି ହୋଇଥିଲା ଫିଲ୍ମ ରାମାୟଣ ପାଇଁ ଅଳଙ୍କାର, ଲାଗିଥିଲା କେତେ ଦିନ…
- Diwali Celebrations: ବଡବଡୁଆ ଡାକ, କାଳୀପୂଜା, ନରକାସୁର ବଦ୍ଧ…ଝଲକୁଛି ‘ବିଭିନ୍ନତା ଭିତରେ ଏକତା’ର ଅନନ୍ୟ ଚିତ୍ର, ଜାଣନ୍ତୁ ଦେଶର ବିଭିନ୍ନ ସ୍ଥାନରେ କେମିତି ପାଳନ୍ତି ଦୀପାବଳି?
- Firecracker Smoke: ଆଜ୍ମା ରୋଗୀଙ୍କ ପାଇଁ କ୍ଷତିକାରକ, ଆଖି ଓ ଫୁସଫୁସକୁ କେମିତି ରଖିବେ ସୁରକ୍ଷିତ ?
- ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ, କହିଲେ…
- ମାଛ ଧରିବା ହେଲା କାଳ;ଜାଲରେ ଛନ୍ଦି ହୋଇ ଚାଲିଗଲା ୨ଜୀବନ
- ଦୀପାବଳି ଅବସରରେ ବିଷାକ୍ତ ହେଲା ଦିଲ୍ଲୀର ବାୟୁ…
- Odisha’s Unique Diwali:ପୟାଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼;ବଡ଼ବଡ଼ୁଆଙ୍କୁ ଡାକିବେ ଭକ୍ତ
- PM Modi’s Diwali: ନକ୍ସଲ ଗଡ଼ରେ ବିକାଶର ଦୀପ! ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପିଏମ୍ ମୋଦୀ, ୨୦୧୪ରୁ ୨୦୨୬ ଏମିତି କାଟିଛନ୍ତି ଦୀପାବଳି…
Comments are closed.