Latest Odisha News

BREAKING NEWS

Odisha +2 Admission 2026:+୨ ନାମଲେଖା ପାଇଁ ଏହି ଦିନରୁ ଆବେଦନ ଆରମ୍ଭ

ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ + ୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏଁ ଛାତ୍ରୀଛାତ୍ର ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପଯ୍ୟାୟରେ ଚୟନ ଛାତ୍ରୀଛାତ୍ର ଜୁଲାଇ ୯ରୁ ୧୫ ମଧ୍ୟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ।

ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଥାଉକି, ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ ।

ଏହାପରେ ସ୍ପଟ୍‌ ନାମଲେଖା ପାଇଁ ଜୁଲାଇ ୩୦ରୁ ଅଗଷ୍ଟ ୨ ମଧ୍ୟରେ ପିଲାମାନେ ଚଏସ୍‌ ଲକିଂ କରିବେ। ୬ ତାରିଖରେ ଏହାର ମେଧା ତାଲିକା ପ୍ରକାଶ ପାଇବା ପରେ ୭ରୁ ୧୨ ତାରିଖ ମଧ୍ୟରେ ସେମାନେ ନାମଲେଖାଇ ପାରିବେ।

ଏପଟେ ଜୁଲାଇ ୨୩ରୁ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଲକ୍ଷ୍ୟ ରଖିଛି।

ସାଧାରଣ ବର୍ଗ, ଏସ୍ଇବିସି, ଓବିସି ବର୍ଗର ଛାତ୍ରଛାତ୍ରୀ ଆବେଦନ ଫି ୨୦୦ ଟଙ୍କା ଦାଖଲ କରିବେ । ଏସ୍ସି, ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଫି ରହିଛି । ମାତ୍ର ଭିନ୍ନକ୍ଷମ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫି ଛାଡ଼ କରାଯାଇଛି । ଏନେଇ ସମସ୍ତ ସୂଚନା ସାମ୍ସ ୱେବ୍ସାଇଟ୍ https://hss.samsodisha.gov.in/newHSS/index.aspxରେ ଉପଲବ୍ଧ ରହିଛି ।

Leave A Reply

Your email address will not be published.