Latest Odisha News

BREAKING NEWS

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ସହ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଲାଇନଚ୍ୟୁତ୍, ୩୦ ମୃତ

ବାଲେଶ୍ୱର: ବାହାନଗାରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଦକ୍ଷିଣପୂର୍ବ ରେଲୱେ ।

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ଟ୍ରାକରୁ ବାହାରି ଓଲଟି ପଡ଼ିଥିଲା । ତା ପରେ ସେହି ବାଟେ ଅତିକ୍ରମ କରୁଥିବା ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪) ମଧ୍ୟ କରମଣ୍ଡଳ ଉପରେ ଚଢ଼ି ଯାଇଥିଲା ।

ଗୋଟିଏ ଏକ୍ସପ୍ରେସ୍ ଉପରେ ଆଉ ଗୋଟିଏ ଏକ୍ସପ୍ରେସ୍ ଚଢ଼ିଯିବା ଫଳରେ ଶତାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଏବେ ସୁଦ୍ଧା ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ମେଡିକାଲ୍ ନେବା ଲାଗି ୫୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ ଅଧିକ ଆମ୍ବୁଲାନ୍ସ ଆବଶ୍ୟକ ହେଉଛି । ବସରେ ମଧ୍ୟ ଆହତଙ୍କୁ ମେଡିକାଲ୍ ନିଆଯାଉଛି ।

୪୭ ଜଣ ଆହତଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ୧୩୨ ଜଣଙ୍କୁ ଗୋପାଳପୁର, ସୋର ସିଏଚସି ଓ କଣ୍ଟାପଡ଼ା ପିଏଚସିରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଡାକ୍ତରୀ ଦଳ ଉପସ୍ଥିତ ଅଛନ୍ତି । ହାୱଡ଼ା ପାଇଁ ହେଲ୍ପ ଲାଇନ୍ ନମ୍ବର ୦୩୩-୨୬୩୮୨୨୧୭, ଖଡ଼ଗପୁର ହେଲ୍ପଲାଇନ୍ ନମ୍ବର ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ୱର ହେଲ୍ପଲାଇନ୍ ନମ୍ବର ୮୨୪୯୫୯୧୫୫୯, ୭୯୭୮୪୧୮୩୨୨, ଶାଲିମାର ହେଲ୍ପ ଲାଇନ୍ ନମ୍ବର ୯୯୦୩୩୭୦୭୪୬ ରହିଛି ।

Leave A Reply

Your email address will not be published.