Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରେ ଲକ୍ଷ୍ୟ ସେନ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଭାରତର ଲକ୍ଷ୍ୟ ସେନ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଉଦୀୟମାନ ଖେଳାଳି କିରଣ ଜର୍ଜଙ୍କ ଅଭିଯାନ କ୍ୱାର୍ଟର ଫାଇନାଲରେ ଶେଷ ହୋଇଛି । ୨୧ ବର୍ଷୀୟ ଲକ୍ଷ୍ୟ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ମାଲେସିଆର ଲୁଆଙ୍ଗ ଜୁନ ହୋଙ୍କ ନିକଟରୁ ୨୧-୧୯, ୨୧-୧୧ରେ ପରାଜିତ ହୋଇଥିଲେ । ଥମାସ କପ ଜିତିବା ପରେ ଲକ୍ଷ୍ୟ ଚଳିତ ବର୍ଷ ସେତେଟା ଭଲ ପ୍ରଦର୍ଶନ କରି ନ ଥିଲେ । ସଂଘର୍ଷପୂର୍ଣ୍ଣ ପ୍ରଥମ ଗେମ ଜିତିବା ପରେ ଲକ୍ଷ୍ୟଙ୍କ ପ୍ରତିଦ୍ୱନ୍ଦ୍ୱୀ ଚାପରେ ରହିଥିଲେ । ଯାହାର ଫାଇଦା ଉଠାଇ ଲକ୍ଷ୍ୟ ଦ୍ୱିତୀୟ ଗେମକୁ ମଧ୍ୟ ଜିତି ନେଇଥିଲେ ।

ସେ ରାଉଣ୍ଡ ଅଫ ୩୨ରେ ଚାଇନିଜ ତାଇପେର ୱେଙ୍ଗ ଉଇଙ୍କୁ, ପ୍ରି କ୍ୱାର୍ଟରରେ ଚୀନର ଲି ଶେଫିଙ୍ଗଙ୍କୁ ପରାସ୍ତ କରିଥିଲେ । କିରଣ ଫ୍ରାନ୍ସର ତୋମା ଜୁନିୟର ପୋପେଭଙ୍କ ନିକଟରୁ ୬-୨୧, ୧୭-୨୧ରେ ହାରି ଯାଇଥିଲେ । ଏହି ଚାମ୍ପିୟନଶିପରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ, ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ବିଦାୟ ନେଇ ସାରିଛନ୍ତି ।

Leave A Reply

Your email address will not be published.