Latest Odisha News

BREAKING NEWS

ସଫଳତାର ସହ ଉଦଯାପିତ ହେଲା ଜେ୩୦ ଆଇଟିଏଫ ଟେନିସ ଟୁର

ଭୁବନେଶ୍ୱର: ଜେ ୩୦ ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର ୨୦୨୪ ଏଠାରେ ସଫଳତାର ସହ ଉଦଯାପିତ ହୋଇଛି । ଆଇଟା, ଓଡିଶା ସରକାର ଓ ଓଟିଏ ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା । କାନାଡା, ନେପାଳ, ବାଂଲାଦେଶ, ଆମେରିକା ଓ ଭାରତର ୧୧୫ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ବାଳକ ସିଙ୍ଗଲ୍ସରେ ଭାରତର ପ୍ରଣୀଲ ଶର୍ମା ନିଜ ଦେଶର ଦେବାଶୀଷ ସାହୁଙ୍କୁ ୬-୪, ୭-୫ରେ ହରାଇ ଟାଇଟଲ ହାସଲ କରିଥିଲେ । ସେହିପରି ବାଳିକା ବିଭାଗରେ ଆମେରିକାର ପ୍ରିୟଙ୍କା ରାଣା ୬-୩, ୬-୦ରେ ଭାରତର ପ୍ରିଷା ନିଖିଏ ସିନ୍ଧେଙ୍କୁ ହରାଇ ଟାଇଟଲ ହାସଲ କରିଥିଲେ ।

ବାଳିକା ଡବଲ୍ସ ଫାଇନାଲରେ ଭାରତର ଲକ୍ଷ୍ମୀଶ୍ରୀ ଦାଣ୍ଡୁ ଓ ଆମେରିକାର ପ୍ରିୟଙ୍କା ୬-୭, ୬-୪ରେ ଭାରତୀୟ ଯୋଡି ସୋନକୁସାରେ ନାରାୟନ ଓ ସୋହିନୀ ସଞ୍ଜୟ ମହାନ୍ତିଙ୍କୁ ହରାଇଥିଲେ । ବାଳକ ଡବଲ୍ସରେ ଭାରତୀୟ ଯୋଡି ଓଜାସ ମେହଲାୱାତ ଓ ଅଧିରାଜ ଠାକୁର ନିଜ ଦେଶର ରୋହିତ ହରି ବାଲାଜୀ ଗୋବିନା ଓ ଥିରୁମୁରୁଗାନ ବିଶ୍ୱନାଥନଙ୍କୁ ୬-୩, ୬-୨ରେ ହରାଇ ଟାଇଟଲ ହାସଲ କରିଛନ୍ତି । ଓଟିଏ ସଭାପତି ଅସୀତ ତ୍ରିପାଠୀ, ସେକ୍ରେଟାରୀ ସଞ୍ଜୀବ ପଣ୍ଡା ଓ ଓଡିଶାର ସ୍ପୋର୍ଟ୍ସ ଡାଇରେକ୍ଟର ସିଦ୍ଧାର୍ଥ ଦାସ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରବୀଣ କୁମାର ନାୟକ ଓ ସମ୍ବିତ ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.