Latest Odisha News

BREAKING NEWS

ରାଜଧାନୀରୁ ୨୫ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ମଙ୍ଗଳବାର ଦିନ ଚଢାଉ କରି ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଡିଲରକୁ ମଧ୍ୟ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ।

ଗିରଫ ଡିଲର୍ ଜଣକ ଏଜେଣ୍ଟମାନଙ୍କୁ ବ୍ରାଉନ ସୁଗାର ଯୋଗାଉଥିଲା । ତା’ ପରେ ସେମାନେ ରାଜଧାନୀର ଖୁଚୁରା ବିକ୍ରେତାଙ୍କୁ ଏହି ନିଶାଦ୍ରବ୍ୟ ବିକ୍ରି କରୁଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଡିସିପି ଅନୁପ ସାହୁ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗିରଫ ଡିଲର ଜଣକ ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରୁ ନିଶାଦ୍ରବ୍ୟ ଯୋଗାଡ କରୁଥିଲା ।

ସୂଚନାଯୋଗ୍ୟ, ବ୍ରାଉନ ସୁଗାର ବେପାରର ମୁଖ୍ୟ କେନ୍ଦ୍ର ପାଲିଟିଛି ଜଳେଶ୍ୱର ଅଞ୍ଚଳ । ଏହି ନିଶାଦ୍ରବ୍ୟକୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଏଠାକୁ ଅଣାଯାଇଥାଏ । ପରେ ଡିଲରଙ୍କ ଜରିଆରେ ଏହାକୁ କଟକ ଓ ଭୁବନେଶ୍ୱର ସମେତ ଅନେକ ଜିଲ୍ଲାକୁ ପଠାଯାଇଥାଏ ।

Leave A Reply

Your email address will not be published.