Latest Odisha News

BREAKING NEWS

ଯୁକ୍ତ ୨ ପରୀକ୍ଷା: ମାର୍ଚ୍ଚ ୨୨ରୁ ଖାତା ଦେଖା, ୧୫ରେ ଫଳ

କଟକ: ମେ’ ୧୫ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ବାହାରିବ । ଚଳିତ ବର୍ଷ ଗୋଟିଏ ଦିନରେ ସବୁ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ନିର୍ବାଚନ ସମୟ ଦେଖି ମେ’ ୧୫ ଭିତରେ ପ୍ରକାଶ ପାଇବା ନେଇ ପ୍ରେସମିଟ୍ ରେ କହିଛନ୍ତି । ମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବା ନେଇ କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ  । ମାର୍ଚ୍ଚ ୨୨ରୁ ମୂଲ୍ୟାୟନ ଦୁଇଟି ପର୍ଯ୍ୟାୟରେ ହେବ । ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ । ଏପ୍ରିଲ ୪ରୁ ଏପ୍ରିଲ ୧୫ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ ।  ମେ ୧୫ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ କହିଛନ୍ତି ।  ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା ପରୀକ୍ଷା । ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।

 

Leave A Reply

Your email address will not be published.