Latest Odisha News

୬ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ଗର୍ଜିଲେ ମତ୍ସ୍ୟଜୀବୀ

ଭୁବନେଶ୍ବର: ୬ ଦଫା ଦାବି ନେଇ ରାଜଧାନୀରେ ଗର୍ଜିଲେ ମତ୍ସ୍ୟଜୀବୀ । ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ । ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି ଏହି ନ୍ଦୋଳନରେ ସାମିଲ ହୋଇଛନ୍ତି ।

୬ ଦଫା ଦାବି ଭିତରେ ଶିଳ୍ପର ବିଷାକ୍ତ ଜଳ ସମୁଦ୍ରକୁ ନିଷ୍କାସନ ବନ୍ଦ କରିବା, ଡିଜେଲରେ ରିହାତି, ମୁହାଣ ଗୁଡ଼ିକରେ ନିୟମିତ ଡ୍ରେଜିଂ, ମତ୍ସ୍ୟଜୀବୀଙ୍କୁ ଜଙ୍ଗଲ ବିଭାଗ ଓ ତଟରକ୍ଷୀ ବାହିନୀର ଦୁର୍ବ୍ୟବହାର ବନ୍ଦ କରିବା, ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଗଠନ ଭଳି ୬ ଦାଫା ଦାବି ନେଇ ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି ମତ୍ସ୍ୟଜୀବୀ ।

 

Leave A Reply

Your email address will not be published.