କବିତା : ମୋ ଜୀବନ
ଆଶୁତୋଷ ସ୍ୱାଇଁ
ଯେତେ ନିଜର ଥିଲେ ସବୁ ପର ଥିଲେ।
ମୁଁ ବୋଧେ ପବନକୁ ଆଲିଙ୍ଗନ କରିଥିଲି
ଯେତେ ରାଣଥିଲା ସବୁ ନିନ୍ଦିତ ଥିଲା
ଯେତେ ପ୍ରତିଜ୍ଞା ସବୁ ମୁଣ୍ଡ ନୁଆଁଇଥିଲା ।
ଯେତେ ଲୁହ ଥିଲା ସବୁ ମୂଲ୍ୟହୀନ ଥିଲା ।
ଯେତେ ଆସିଥିଲେ ସବୁ ଅତିଥି ଥିଲେ।
ସବୁ ଯେମିତି ବହିରୁ ପଢିଥିଲି…