ଆଇଚି-ନାଗୋୟା:ଏସୀୟ କ୍ରୀଡ଼ା ୨୦୨୬ର ସପ୍ତମ ଦିନ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି । ପୁରୁଷ ଓ ମହିଳା କବାଡ଼ି ଦଳ ନିଜ ନିଜର ଫାଇନାଲ୍ରେ ଚିତ୍ତାକର୍ଷକ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିବା ସହ ନିଜର ଶୀର୍ଷ ସ୍ଥାନ ଓ ଚାମ୍ପିୟନ୍ ଆଖ୍ୟା ବଜାୟ ରଖିଛନ୍ତି । ଏହି ଦୁଇଟି ସ୍ୱର୍ଣ୍ଣ ସହ ଭାରତର ମୋଟ ପଦକ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଷଷ୍ଠ ଦିନ ଶେଷ ସୁଦ୍ଧା ଭାରତ ୨୬ଟି ପଦକ ସହ ତାଲିକାର ୧୨ ତମ ସ୍ଥାନରେ ଥିବା ବେଳେ, ସପ୍ତମ ଦିନର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୧୪ଟି କାଂସ୍ୟ ପଦକ ସହ ୧୦ମ ସ୍ଥାନକୁ ଉନ୍ନୀତ ହୋଇଛି ।
ଭାରତୀୟ ମହିଳା ଟିମ୍ ଏକ କଡ଼ା ମୁକାବିଲାରେ ଇରାନକୁ ୩୭-୩୪ ପଏଣ୍ଟରେ ପୁରୁଷ ଟିମ୍ ହାଫ୍-ଟାଇମ୍ ପର୍ୟ୍ୟନ୍ତ ପଛୁଆ ଥିଲେ ବି ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଇରାନ୍କୁ ୪୦-୩୪ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ସାୱନ ବରୱାଲ୍ ପୁରୁଷ ମାରାଥନ୍ରେ ନାସନାଲ୍ ରେକର୍ଡ (୨:୧୧:୩୭) ସହ ରୌପ୍ୟ ପଦକ ହାସଲ କରିଥିଲେ । ମିଶ୍ରିତ ଡବଲ୍ସରେ ଯୋଶନା ଚିନାପ୍ପା ଏବଂ ଭେଲାବନ୍ ସେନ୍ଥିଲକୁମାର ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି । ଯୁବ କ୍ରୀଡ଼ାବିତ୍ ଉନ୍ନତି ହୁଡ୍ଡା ମହିଳା ସିଙ୍ଗଲ୍ସରେ ମାଲେସିଆର ୱଙ୍ଗ୍ ଲିଙ୍ଗ୍ ଚିଙ୍ଗ୍ଙ୍କୁ ୨-୧ ଗେମ୍ରେ ପରାସ୍ତ କରି ପ୍ରି-କ୍ୱାଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ବିଭିନ୍ନ ଖେଳରେ ଭାରତୀୟ କ୍ରୀଡ଼ାବିତ୍ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଥିବାରୁ ଆଗାମୀ ଦିନଗୁଡ଼ିକରେ ଆହୁରି ଅନେକ ପଦକ ମିଳିବା ଆଶା କରାଯାଉଛି।

