ଅନୁବାଦ କବିତା : କବିତାକୁ
ମୂଳ ବଙ୍ଗଲା : ଶ୍ଯାମସୁର ରାହମାନ
କେତେବେଳେ ଯେ ତୁମେ ଆସ
ପାଖକୁ ଆସି ନିରୋଳାରେ ବସ
ଗଭୀର ଦୃଷ୍ଟିରେ ଚାହଁ, ଗୁଣୁ ଗୁଣୁ କର,
ବ୍ୟାକରଣକୁ ଦୂରେଇ ଦେଇ
ଗୀତ ଗାଇଯାଅ,
ହଠାତ୍ ପୁଣି ହାୱାରେ ମିଳେଇ ଯାଅ
ଜାଣିପାରେ ନାହିଁ।
ଭୋର୍ ସକାଳରେ ଝରକା ପାଖକୁ ଯାଇ
ଜନହୀନ ଗଳିର ରୂପରେ…