Latest Odisha News

BREAKING NEWS

Yearly Archives

2022

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଆରମ୍ଭ ହେଉଛି । ପ୍ରବଳ ବର୍ଷା ଯୋଗୁ ଖେଳାଳିମାନେ ଡ୍ରେସିଂ ରୁମରେ ବସି ସମୟ କାଟୁଥିବା ଦେଖିବାକୁ ମିଳିଛି । ଉଭୟ ଦେଶର କେତେକ…

ଛାତ୍ର ବିଜେଡ଼ିରୁ ନିଲମ୍ବିତ ହେଲେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କ ଅସଦାଚରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ସେହି କଲେଜର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଅଭିଷେକ ନାୟକ। ତାଙ୍କୁ ପୋଲିସ ଗିରଫ କରିସାରିଛି। ତେବେ ଛାତ୍ର ବିଜୁ ଛାତ୍ର ଜନତା ଦଳ ତରଫରୁ ବିନାୟକ ଆଚାର୍ଯ୍ୟ କଲେଜର କ୍ୟାମ୍ପସର କମିଟିର…

୫ ମାସ ତଳେ ମନରେଗା ଯୋଜନାରେ ଟଙ୍କା ଉଠିଛି, ଏବେ ମେସିନ୍ ଖୋଳୁଛି ପୋଖରି !

ନୂଆପଡ଼ା: କାଗଜ କହୁଛି କାମ ହୋଇଛି ୫ ମାସ ତଳୁ । କିନ୍ତୁ ଏବେ ମେସିନ୍ ଲଗାଇ ଖୋଳା ଚାଲିଛି ପୋଖରି । ତରବରିଆ ଭାବେ ଦୋଷ ଘୋଡ଼ାଇବାକୁ ଚାଲିଛି ତାଳିପକା ଉଦ୍ୟମ । ଅନିୟମିତତାର ଏ ଅଭିଯୋଗ ଆସିଛି ନୂଆପଡ଼ାରୁ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ହେଉଥିବା ଫାର୍ମ ଫଣ୍ଡ କାମ…

ସେଇ ଦୁର୍ଗମ ରାସ୍ତା..ପୁଣି ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

କୋରାପୁଟ: କେବେ ଗାଁକୁ ମିଳିବ ରାସ୍ତା ? କେବେ ସରିବ ଏ ଜନନୀ ଯନ୍ତ୍ରଣା ? କେବେ ମିଳିବ ରୋଗୀକୁ ଆଶ୍ୱସ୍ତି ? ରାସ୍ତା ନ ଥିବାରୁ ଖଟିଆରେ ରୋଗୀ ବୁହାହେବା ଆଜି ନୂଆ କଥା ନୁହେଁ । ବର୍ଷ ବର୍ଷ ଧରି ଲାଗି ରହିଛି  ଏମିତି ଅବ୍ୟବସ୍ଥା  । ହେଲେ  ଏ ଯନ୍ତ୍ରଣାରୁ ମୁକ୍ତି କାହିଁ ? ଏ ଦୃଶ୍ୟ…

ପୋଷା ଜନ୍ତୁ ରଖିଲେ ନେବାକୁ ପଡିବ ବିଏମସିର ଅନୁମତି

ଭୁବନେଶ୍ୱର: ରାଜଧାନୀରେ କୁକୁର କାମୁଡାକୁ ନେଇ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଏମସି । ଜଣେ ଶିଶୁ କୁକୁର କାମୁଡାରେ ଗୁରୁତର ଆହତ ହେବା ପରେ ବିବାଦ ଘନେଇଥିଲା । ତେଣୁ ଭୁବନେଶ୍ୱର ମହାନଗର ନିଗମର କଡ଼ା ନିୟମ କରିଛନ୍ତି । ପୋଷା ଜନ୍ତୁ ରଖିଲେ ଏଣିକି ବିଏମସିର ଅନୁମତି ନେବାକୁ ପଡିବ ।…

ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ସଫେଇ ସୁପରଭାଇଜରଙ୍କ ଏତଲା

ଯାଜପୁର: ବ୍ୟାସନଗରର ଚର୍ଚ୍ଚିତ ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଯାଜପୁର ରୋଡ ଥାନାରେ ଏତଲା । ସଫେଇ ସୁପରଭାଇଜର ଦେଇଛନ୍ତି ଏତଲା । ନିର୍ବାହୀ ଅଧିକାରୀ ସୁପରଭାଇଜରଙ୍କୁ ଦୁର୍ବ୍ୟବହାର କରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଦୁଇଦିନ ତଳେ ପୌର ସଂସ୍ଥାର ସଫେଇ କାର୍ଯ୍ୟ…

ସାମ୍ନାରେ ଗଜରାଜ, ୮କିମି ପଛୁଆ ବସ୍ ଚଲାଇ ଡ୍ରାଇଭର୍ ପ୍ରଶଂସିତ

କେରଳ: ସାମ୍ନାରେ ଗଜରାଜକୁ ଦେଖି ରାସ୍ତାରୁ ହଟିଗଲେ ବସ୍ ଚାଳକ । ପଶୁ ସୁରକ୍ଷା ହେଉ ଅବା ପଶୁ ଭୟରେ ହେଉ ହାତୀ ଭଳି ବିରାଟକାୟ ପଶୁକୁ ଦେଖିଲେ ଯେକେହି ହଟିବା ପାଇଁ ବାଧ୍ୟ । ଠିକ୍ ତାହାହିଁ କରିଥିଲେ କେରଳର ଜଣେ ବସ ଡ୍ରାଇଭର । ସାମ୍ନାରୁ ହାତୀ ଆସୁଥିବା ଦେଖି ଡ୍ରାଇଭର ଜଣକ ବସ୍ ପଛକୁ…

ବାଲିଯାତ୍ରା ବୟାନବାଜି: ପ୍ରଭାତଙ୍କ ପ୍ରତ୍ୟକ୍ଷ ଆରୋପ

ଭୁବନେଶ୍ୱର: ବାଲିଯାତ୍ରାକୁ ନେଇ ମୁହଁ ଖୋଲିଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ଆୟବ୍ୟୟକୁ ନେଇ ତାଙ୍କର ବିସ୍ଫୋରକ ବୟାନ । ଜାତୀୟ ମାନ୍ୟତା ପାଇବାକୁ ଯାଉଛି ବାଲିଯାତ୍ରା । ହେଲେ ବାଲିଯାତ୍ରାର ଆୟବ୍ୟୟକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ୨୦୨୨ ମସିହାର ସମ୍ପୂର୍ଣ୍ଣ ଆୟବ୍ୟୟର…

ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ସଫଳ ଉତକ୍ଷେପଣ

ଚେନ୍ନାଇ : ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ଏକ ନୂଆ ଇତିହାସ । ଶ୍ରୀହରିକୋଟା ଇସ୍ରୋ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଛି ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇଥିଲା ।…

ମର୍ଣ୍ଣିଂ ୱାକରୁ ହେଇଗଲା ପ୍ରେମ: ଏକାଠି ହେଲେ ୧୯ ବର୍ଷର ଝିଅକୁ ୭୦ ବର୍ଷୀୟ ବୃଦ୍ଧ

ସକାଳୁ ସକାଳୁ ଉଭୟେ ଯାଉଥିଲେ ମର୍ଣ୍ଣିଂ ଓ୍ୱାକରେ । ଧୀରେ ଧୀରେ ଆଖିରେ ଆଖି ମିଶିଲା । ପରେ ହୃଦୟ ସହ ହୃଦୟ ଆଉ ତା ପରେ ପ୍ରେମ । କାହାଣୀ ପୂରା ଫିଲ୍ମ ଷ୍ଟାଇଲ ଲଭ୍ ଷ୍ଟୋରୀ କରି । ଘଟଣା ଘଟିଛି ପାକିସ୍ତାନରେ । ତେବେ ଫିଲ୍ମ ଷ୍ଟାଇଲ ଲଭ ଷ୍ଟେରୀ ଏଠି  ଖବରର ଶୀର୍ଷକ ନୁହେଁ ।  ଖବରର…