Latest Odisha News

BREAKING NEWS

Yearly Archives

2025

କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ। ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ବାଲ୍‌ ସାହିତ୍ୟ ପୁରସ୍କାର। ‘କେତେ ଫୁଲ ଫୁଟିଛି’ ପୁସ୍ତକ ପାଇଁ ପୁରସ୍କୃତ ହେବେ ରାଜକିଶୋର ପାଢ଼ୀ। ଓଡ଼ିଆ ଭାଷା ପାଇଁ ଯୁବ ଲେଖକ ସୁବ୍ରତ ସେନାପତି ପାଇବେ…

୮ ଗୁଣା ବଢ଼ିଲା ଭୁବନେଶ୍ଵର ରେଳଷ୍ଟେଶନ ପାର୍କିଂ ଫି’

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ବାହାରେ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାରରେ ଥିବା ପାର୍କିଂ ୟାର୍ଡର ପାର୍କିଂ ଫି ହଠାତ୍ ୮ ଗୁଣା ବୃଦ୍ଧି ହୋଇଛି। ଯାହାକୁ ନେଇ ଯାତ୍ରୀମାନଙ୍କ ଗହଣରେ କ୍ଷୋଭ ଦେଖାଦେଇଛି। ଜୁନ୍ ୧୨ ତାରିଖରେ ରଜ ଛୁଟି ସମୟରେ ଲଟ୍ ରେ ବାଇକ୍ ପାର୍କିଂ କରିଥିବା…

କେଦାରନାଥ ପାଦଚଲା ରାସ୍ତାରେ ଭୂସ୍ଖଳନ; ୨ ମୃତ ,ଏକାଧିକ ଆହତ

ଉତ୍ତରାଖଣ୍ଡ:କେଦାରନାଥ ଧାମ ପାଦଚଲା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହଛି । ତିନି ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କର ସନ୍ଧାନ…

କେନ୍ଦ୍ରମନ୍ତ୍ରୀଙ୍କ ବଡ ଘୋଷଣା: ମାତ୍ର ୩୦୦୦ରେ ମିଳିବ ଫାଷ୍ଟାଗର ବାର୍ଷିକ ରିଚାର୍ଜ, ଏହି ଦିନରୁ ଆରମ୍ଭ….

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏଣିକି ବର୍ଷକୁ ମାତ୍ର ୩୦୦୦ ହଜାର ଟଙ୍କା ରିଚାର୍ଜରେ ପାଇବେ ଅସୀମିତ ଯାତ୍ରା ।  ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ, ଯେପରିକି କାର, ଜିପ୍, ଭ୍ୟାନ ଇତ୍ୟାଦିଙ୍କ ପାଇଁ…

ଯାଜପୁରରେ ଆଉ ୧୬ କଲେରା ପଜିଟିଭ୍‌ ଚିହ୍ନଟ

ଯାଜପୁର: ଯାଜପୁର ଜିଲ୍ଲାରେ ୪୯ ସାମ୍ପଲରୁ ଆଉ ୧୬ କଲେରା ପଜିଟିଭ୍‌ ଚିହ୍ନଟ ହୋଇଛି । ଦୁଇଟି ପର୍ଯ୍ୟାୟରେ ଯାଇଥିବା ସାମ୍ପଲ୍‌ରୁ ପଜିଟିଭ୍‌ ଚିହ୍ନଟ ହୋଇଛି । ୨୧ରୁ ୧୧ ଓ ପରବର୍ତ୍ତୀ ୨୮ ସାମ୍ପଲରୁ ୫ କଲେରା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଯାଜପୁର ସିଡିଏମ୍‌ଓ ।…

ଡାଇରିଆ ପରେ ଡରାଉଛି ଜଣ୍ଡିସ୍, ୫୦ ଛୁଇଁଲା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ସାରା ରାଜ୍ୟରେ ଡାଇରିଆ ସ୍ଥିତି ଥମିନଥିବାବେଳେ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି । ଇ.ଏ କଲୋନି , ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ…

ପାଣିରୁ ବ୍ୟାପିଛି ଡାଇରିଆ, ଫିଲ୍ଡ ଭିଜିଟ୍ ବେଳେ ତଥ୍ୟ ପାଇଥିବା ନେଇ ସ୍ପଷ୍ଟ କଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ପାଣିରୁ ବ୍ୟାପିଛି ଡାଇରିଆ। ଫିଲ୍ଡ ଭିଜିଟ୍ ବେଳେ କେନ୍ଦ୍ରୀୟ ଟିମ୍ ତଥ୍ୟ ପାଇଥିବା ସୂଚନା ମିଳିଛି। ଲୋକସେବା ଭବନରେ ଏ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ସହ ବୈଠକ କରୁଛି କେନ୍ଦ୍ରୀୟ ଟିମ୍। ଏଥିସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି କଣ ହେବ ଆଗାମୀ ପଦକ୍ଷେପ ସେ ନେଇ କେନ୍ଦ୍ରୀୟ…

ମାର୍କେଟରେ ବିକ୍ରି ହେଉଥିଲା ଲିଟର ଲିଟର ଦୂଷିତ ଜଳ: ପାଣି କମ୍ପାନୀ ସିଲ୍ କଲା ସିଏମସି

କଟକ: ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍। କଟକ ଶଙ୍କରପୁର ଦାସସାହି ସ୍ଥିତ ପାଣି କମ୍ପାନୀ ସିଲ୍ କଲା ସିଏମସି। ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ ସିଲ୍ କରାଯାଇଛି। ବିଶୁଦ୍ଧ ନକରି ମାର୍କେଟ୍‌କୁ ଛଡ଼ାଯାଉଥିଲା ଲିଟର ଲିଟର ପାଣି। ଯାହା ସାଧାରଣ…

ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ, ମେଲ୍ ପରେ ସର୍ଚ୍ଚ ଅପରେସନ୍ ଜାରି

ହାଇଦ୍ରାବାଦ:ପ୍ରତିଦିନ ବିମାନବନ୍ଦର ଏବଂ ବିମାନ ବିଷୟରେ ବଡ଼ ବଡ଼ ଖବର ଆସୁଛି। ଏବେ ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରୁ ଏକ ବଡ ଖବର ଆସିଛି। ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ ମିଳିଛି। ବୁଧବାର ସକାଳେ ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରକୁ ବୋମା ଧମକପୂର୍ଣ୍ଣ ମେଲ୍ ମିଳିଥିଲା।…

ବିସ୍ଫୋରଣ ପରେ ଲାଇନଚ୍ୟୁତ ହେଲା ପାକିସ୍ତାନର ଜାଫର ଏକ୍ସପ୍ରେସ: ୩ ମାସ ପୂର୍ବରୁ ହୋଇଥିଲା ହାଇଯାକ୍….

ନୂଆଦିଲ୍ଲୀ: ପାକିସ୍ତାନର ଜାଫର ଏକ୍ସପ୍ରେସ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ଲାଇନଚ୍ୟୁତ ହୋଇଛି । ପ୍ରଥମେ ଟ୍ରେନରେ ବିସ୍ଫାରଣ ହେବା ପରେ ଏହାର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଜାକୋବାବାଦରେ ଟ୍ରାକରେ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ଏହାର ୪ଟି କୋଚ୍ ଲାଇନଚ୍ୟୁତ ହୋଇଛି। କୁହାଯାଉଛି ଯେ ଏହି…