Latest Odisha News

BREAKING NEWS

Yearly Archives

2026

E85 Fuel: ଆସିଗଲା ଶସ୍ତା ତୈଳ, ପେଟ୍ରୋଲ ଠୁ ୨୦ ଟଙ୍କା କମ୍

ନୂଆଦିଲ୍ଲୀ: ଭାରତ ଇଥାନଲ-ଆଧାରିତ ଇନ୍ଧନକୁ ପ୍ରୋତ୍ସାହିତ କରିବା ପାଇଁ E85 ଇନ୍ଧନ ପ୍ରଚଳନ କରିଛି। ତେବେ ଏହା ପେଟ୍ରୋଲ ଠାରୁ ୨୦ ଟଙ୍କା କମ୍ ପଡ଼ିବ ବୋଲି କୁହାଯାଉଛି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏହାକୁ…

RBIର ଡେପୁଟି ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସ୍ୱାମୀନାଥନ ଜାନକିରମଣଙ୍କୁ ଡେପୁଟି ଗଭର୍ଣ୍ଣର ଭାବରେ ପୁନଃନିଯୁକ୍ତ କରିଛି। ଏହି ନିଯୁକ୍ତି ୨୬ ଜୁନ୍ ୨୦୨୬ ଠାରୁ ଦୁଇ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଏନେଇ RBI ପକ୍ଷରୁ ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରାଯାଇଛି। ଜାନକିରମଣ…

Rice Milling: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ; ୪୪ କେଜି ଗଞ୍ଜେଇ ଜବତ

ଗଜପତି: ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ । ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଝାଡଖଣ୍ଡର ରାଜ ଡେଭିସ (୨୮ )ଙ୍କୁ ପୋଲିସ ଗିରଫ କରିଛି । ସକାଳେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଆକିଲି ଗାଁ ନିକଟରେ ଏକ ମାରୁତି ସୁଜୁକି ସୱିଫ୍ଟ କାର (ଜେଏଚ୍‌…

କଟକରେ ଏଫଏମ୍ ମେଡିକାଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା;ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ: କାଠଯୋଡିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବାରଙ୍ଗ ଥାନାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି ମୃତକଙ୍କ ପରିବାର ଲୋକ । ବାଲେଶ୍ୱର ଫକୀର ମୋହନ ମେଡିକାଲ…

ଅପହରଣର ୯ ଦିନପରେ ଗୌରାଙ୍ଗଙ୍କ ମୃତଦେହ ଠାବ; ମିଳିଲା ଖପୁରୀ, ହାଡ଼ ଓ ପୋଷାକ

କେନ୍ଦ୍ରାପଡା: ୯ ଦିନପରେ ଯୁବକ ଗୌରାଙ୍ଗଙ୍କ ମୃତଦେହକୁ ଆଜି ଠାବ କରିଛି ପୋଲିସ । ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ମରଣାନ୍ତକ ଆକ୍ରମଣ ଓ ଅପହରଣର ୯ ଦିନପରେ ଠାବ ହେଲେ ଯୁବକ । ଆଳି ଥାନା ପେତପଡା ପଞ୍ଚାୟତର…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିଡ଼ି ବାଡ଼ରେ ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଯୁବକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଗାମୁଛା ବାନ୍ଧି ସିଡ଼ିବାଡ଼ାରେ ଝୁଲି ପଡ଼ିଛନ୍ତି ଯୁବକ । ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ଶ୍ରୀଚନ୍ଦନ ଦାସ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ…

ସାଂସଦ କଙ୍ଗନା ରାଣାଓ୍ବତଙ୍କ ସହ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ର ‘ପିଭିଆର ସିନେମାସ’ (PVR Cinemas) ଠାରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରସିଦ୍ଧ ସିନେ ତାରକା ତଥା…

Lightning strikes:କାଳ ହେଲା ବଜ୍ରପାତ… ଚାଲିଗଲା ତିନି ଜଣଙ୍କ ଜୀବନ

ଭୁବନେଶ୍ବର:ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଏହି ସମୟରେ ବଜ୍ରପାତରେ ଏକାଧିକ ମୃତ୍ୟୁ ଖବର ଆସିଛି ।ସୂଚନାନୁସାରେ କେନ୍ଦୁଝରଜିଲ୍ଲା ଘଟଗାଁ ବ୍ଲକ ଅଧୀନ ରୁଟିଶିଳା ଗାଁରେ ବଜ୍ରପାତରେ ଦଂପତିଙ୍କ ମୃତ୍ୟୁ ଘଟିଛି। ସେହିପରି ଯାଜପୁରରେ ଜଣେ ଶ୍ରମିକଙ୍କ ମୃତ୍ୟୁ…

ଓଡ଼ିଶାକୁ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମିଳିଲା ସ୍ୱୀକୃତି

ଭୁବନେଶ୍ଵର: ଓଡ଼ିଶାକୁ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମିଳିଲା ସ୍ୱୀକୃତି । ନୂଆଦିଲ୍ଲୀର ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ଓଡ଼ିଶାରେ ଅତିରିକ୍ତ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମାନ୍ୟତା ପ୍ରଦାନ କରିଛି । ଯାହା କେବିକେ…