Latest Odisha News

BREAKING NEWS

ଅପରେଶନ କାବେରୀ: ପ୍ରଥମ ପର୍ଯ୍ୟାୟରେ ସୁଦାନରୁ ଫେରିଲେ ୨୭୮ ଭାରତୀୟ

ସୁଦାନ:ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ନାଗରିକଙ୍କୁ ଉଦ୍ଧୋ କରବା ପାଇଁ ଆରମ୍ଭ ହୋଇଛି ମିଶନ କାବେରୀ । ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅପରେଶନର ପ୍ରଥମ ପର୍ଯ୍ୟାୟରେ ୨୭୮ ଜଣ ଲୋକଙ୍କୁ ନେଇ ଫେରିଛି ଭାରତୀୟ ଯୁଦ୍ଧପୋତ ଆଇଏନଏସ ସୁମେଧା ।

ସୁଦାନ ଗୃହ ଯୁଦ୍ଧରେ ଫଶି ରହିଥିବା ଭାରତୀୟଙ୍କୁ  ଉଦ୍ଧାର କରିବା ପ୍ରକ୍ରିୟା ଜୋରଦାର ହୋଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ସୂଚନା ଦେଇ କହିଛନ୍ତି, ଆମ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିବା ଉପରେ ଆମେ ପ୍ରାଥମିକତା ଦେଉଛୁ । ଏଥିପାଇଁ ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୭୮ ଜଣ ଲୋକଙ୍କୁ ଆଇଏନଏସ ସୁମେଧାରେ ଉଦ୍ଧାର କରାଯାଇ ଆଣାଯାଇଛି । ସୁଦାନରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ତିନି ପାଇଁ ଯୁଦ୍ଧ ବିରାମ ଘୋଷଣା କରାଯାଇଛି ।

ସୂଚନାଥାଉ କି, ଆଫ୍ରିକୀୟ ଦେଶ ସୁଦାନ ଏବେ ଗୃହ ଯୁ୍ଦ୍ଧ ସହ ଲଢୁଛି । ସେନା ଏବଂ ଅର୍ଦ୍ଧ ସାମରିକ ଲୋକଙ୍କ ସହ ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି ।  ଭାରତ ସମେତ ଅନେକ ଦେଶର ଲୋକ ଏଠାରେ ଫସି ରହିଛନ୍ତି । କେବଳ ଭାରତରୁ ୩ ହଜାର ଲୋକ ଫସି ରହିଛିନ୍ତି ।

ବାୟୁସେନାର ଜାହାଜ ସାଉଦି ଆରବର ଜେଦ୍ଦାରେ ମୁତୟନ ରଖାଯାଇଛି । ଆଇଏସଏସ ସୁମେଧା ପହଞ୍ଚିବା କ୍ଷଣି ସେଠାରୁ ଲୋକଙ୍କୁ ନେଇ ଭାରତ ପହଞ୍ଚିବ ।

ଏପ୍ରିଲ ୧୫ରୁ ସୁଦାନରେ ଏହି ଗୃହ ଯୁଦ୍ଧ ଆରମ୍ଭ ହୋଇଛି । ଏପ୍ରିଲ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ସୁଦାନରେ ଫସି ରହିଥିବାଲୋକଙ୍କୁ ତୁରନ୍ତ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନିର୍ଦ୍ଦଶ ଦେଇଥିଲେ ।

Leave A Reply

Your email address will not be published.