Latest Odisha News

BREAKING NEWS

ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହା ବିଷୁବ ସଂକ୍ରାନ୍ତି ମିଳନ

ନୂଆଦିଲ୍ଲୀ : ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ପ୍ରେକ୍ଷାଳୟରେ ମହା ବିଷୁବ ସଂକ୍ରାନ୍ତି ମିଳନ କାର୍ଯକ୍ରମ ଆୟୋଜିତ ହୋଇ ଯାଇଛି ।ଏହି ଅବସରରେ ଶୈଳେନ୍ଦ୍ର ସ୍ଵାଇଁଙ୍କ ଦ୍ଵାରା ସମ୍ପାଦିତ ପ୍ରବାସୀ ଓଡ଼ିଆ ସ୍ମରଣିକା ୨୦୨୩ ଉନ୍ମୋଚିତ ହୋଇଥିଲା।

ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ଓ ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ମୁଖ୍ୟ ଅତିଥି ଭାବରେ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ପର୍ଯାବରଣ ସଂରକ୍ଷଣ ଗତିବିଧିର ରାଷ୍ଟ୍ରୀୟ ସଂଯୋଜକ ଗୋପାଳ ଆର୍ଯ୍ଯ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।

ଓ଼ଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରବାସୀ ଓଡ଼ିଆ ବିକାଶ ସମିତିର କାର୍ଯ୍ୟକୁ ଶ୍ରୀମତୀ ଲେଖି ବହୁଳ ଭାବରେ ପ୍ରଶଂସା କରିଥିଲେ । ଓଡ଼ିଶାର ପୁର୍ବ ଗୌରବର ଗାଥାର ପୁନଃ ସମ୍ପ୍ରସାରଣ ସହ ଓଡ଼ିଶାର ପବିତ୍ର ସଂସ୍କୃତି ପରମ୍ପରା ଆର୍ଥିକ ଉନ୍ନୟନରେ ବିକଶିତ ରାଜ୍ୟ ଭାବରେ ଭାରତ ତଥା ବିଶ୍ଵର ଅର୍ଥନୀତିକୁ ପ୍ରଭାବିତ କରିବରେ ଓଡ଼ିଶା ସଫଳ ହେବ ବୋଲି ମୁଖ୍ୟବକ୍ତା ତାଙ୍କ ଅଭି ଭାଷଣରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆ ବିକାଶ ସମିତିର ଉପ ସଭାପତି ସତ୍ୟ ଦାଶ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ ଓଡ଼ିଶାର ବିଚାର ସହିତ ଯୋଡି ହୋଇ ରହିବାପାଇଁ ,ନିଜର ପରିଚୟକୁ ବିଶ୍ଵ ଦରବାରରେ ବଞ୍ଚେଇ ରଖିବା ପାଇଁ ଉତ୍ତର ପୀଢ଼ି ଓଡିଆ ଭାବେ ଗୌରବାନ୍ୱିତ ହେବାକୁ ପଡିବ ।

ଏହି ଉତ୍ସବରେ ବସନ୍ତ କରଙ୍କୁ କୁପୋଷଣର ମୁଳୋତ୍ପାଟନରେ ଅତୁଳନୀୟ ଅବଦାନ ପାଇଁ ‘ପ୍ରବାସୀ ଓଡ଼ିଆ ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା। ଏହା ସହ ବଳରାମ ପାଣିଙ୍କୁ ଜାତୀୟ ଶିକ୍ଷାନୀତିର ପ୍ରଣୟନ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ, ଡାକ୍ତରି ସେବାରେ ଡଃ ରମେଶ ମିଶ୍ରଙ୍କୁ, ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ କୃଷ୍ଣ ବେଉରା ଙ୍କୁ ଏବଂ ପ୍ରଭାବୀ ସାମ୍ବାଦିକତା ଦ୍ୱାରା ସାମାଜିକ ସମସ୍ୟାର ନିରାକରଣ ପାଇଁ ସାମ୍ବାଦିକା ପ୍ରଜ୍ଞା ଚୌଧରୀଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।

ପ୍ରିୟଦର୍ଶୀ ବଳଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଗାୟକ କୃଷ୍ଣ ବେଉରା, ସମୀକ୍ଷା ମିଶ୍ର, ପ୍ରଭୁ ମହାନ୍ତି ଏବଂ ପ୍ରିୟାଶିଂ ଜେନା, ସନ୍ତୋଷ ରାଉତ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଗୁରୁସୁଦର୍ଶନ ସାହୁ ଏବଂ ତାଙ୍କ ଅନୁଷ୍ଠାନର ସଦସ୍ୟ ନୃତ୍ୟ ପରିବେଷଣ କରିଥିଲେ। ପରିଶେଷରେ କୋଷାଧ୍ୟକ୍ଷ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକମରେ ପରିଚାଳନରେ ରାଜେଶ ଶର୍ମା, ଚିନ୍ମୟ ମହାନ୍ତି, ମଳୟ ପ୍ରଧାନ, ଧୀରଜ ସିଂହ, ସୁଧିର ବାରିକ, କମଳେନ୍ଦୁ ନାୟକ, ପ୍ରଦ୍ୟୁମ୍ନ ବିଶ୍ଵାଳ, ପୀୟୂଷ ମହାପାତ୍ର, ଶାଶ୍ୱତ ପାଣିଗ୍ରାହୀ, ସନ୍ତୋଷ ରାଉତ, ପ୍ରକାଶ ରାୟ, ରୋହିତ୍ ସିଂହ, ରୀତା ପାତ୍ର, ସରିତା ମହାପାତ୍ର, ରାଜେଶ ଦାସ, ଅମିୟ ନାୟକ, ପ୍ରକାଶ ସାହୁ, ସୁକାନ୍ତ ମହାପାତ୍ର, ଅମିୟ ନାୟକ, ଶ୍ୟାମସୁନ୍ଦର ମିଶ୍ର , ରାଖଲ ମହାନ୍ତି , ସୁଧାଂଶୁ ନାୟକ, ଅନିଲ ମହାପାତ୍ର, ପ୍ରକାଶ ରାୟ , ଆଦିଶା ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.