Latest Odisha News

BREAKING NEWS

ମୋଷ୍ଟ୍ ୱାଣ୍ଟେଡ୍ ୩ ଡକାୟତ ଗିରଫ; ୧ କେଜି ସୁନା ଗହଣା ଓ ୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ। ସେମାନଙ୍କଠାରୁ ୧ କେଜି ସୁନାଗହଣା, ୧ କେଜି ୫୦୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗ ମୋଷ୍ଟ୍ ୱାଣ୍ଟେଡ ତାଲିକାରେ ଥିଲେ।

ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଜଣେ ରିସିଭର ଅଛନ୍ତି ଯିଏ ଡକାୟତମାନଙ୍କଠାରୁ ଚୋରି ହୋଇଥିବା ଅଳଙ୍କାର କିଣୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ପଟିଆ, ଇନ୍‌ଫୋସିଟି ଓ ନନ୍ଦନକାନନ ଅଞ୍ଚଳରେ ସେମାନେ ୫ଟି ଚୋରି ମାମଲାରେ ସଂପୃକ୍ତ ଅଛନ୍ତି। ଏହା ବ୍ୟତୀତ ଏହି ୨ ମାସ ଭିତରେ ସେମାନେ ପୁରୀରେ ୩ଟି ଓ ଭଦ୍ରକରେ ୨ଟି ଡକାୟତି ମାମଲାରେ ଜଡ଼ିତ ଅଛନ୍ତି।

ନିକଟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅନେକ ଲୁଟ୍ ମାମଲା ପରେ କମିଶନରେଟ୍ ପୁଲିସ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଲୁଟେରାମାନଙ୍କୁ ଯାଞ୍ଚ କରିଥିଲେ। ତଦନ୍ତ ବେଳେ ଏହି ଦଳ ଗ୍ୟାଙ୍ଗର ସମ୍ପୃକ୍ତି ବିଷୟରେ ଜାଣିବାକୁ ପାଇଲେ ଏବଂ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ପାଇବା ପରେ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ଏହି ଗ୍ୟାଙ୍ଗର ଗିରଫ ସଦସ୍ୟମାନେ ପୋଲିସ ପଚରାଉଚରା ବେଳେ ସମସ୍ତ ମାମଲାରେ ଲୁଟ୍ ବିଷୟରେ ସ୍ୱୀକାର କରିଛନ୍ତି।

 

Leave A Reply

Your email address will not be published.