Latest Odisha News

BREAKING NEWS

ଇସ୍ରାଏଲର ଜାହାଜକୁ କବଜା କଲା ଇରାନ

ତେହେରାନ: ଇସ୍ରାଏଲ-ଇରାନ ଏବେ ଯୁଦ୍ଧର ନିକଟତର ହୋଇଛନ୍ତି । ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ଶନିବାର ଇସ୍ରାଏଲର ଏକ କଂଟେନର ଜାହାଜକୁ ଇରାନର ନୌସେନା କବଜା କରିଛି । ଇସ୍ରାଏଲର ବ୍ୟବସାୟୀ ଇୟାଲ ଆଫେରଙ୍କ ଏହି ଜାହାଜ ଭାରତ ଅଭିମୁଖେ ଆସୁଥିଲା । ଓମାନର ହୋର୍ମୁଜ ଜଳଡମରୁମଧ୍ୟ ନିକଟରେ ହଠାତ ଇରାନର କେତେକ କମାଣ୍ଡର ହେଲିକପ୍ଟରରୁ ଜାହାଜକୁ ଓହ୍ଲାଇ ଏହାକୁ କବଜା କରିଥିଲେ । ତେବେ ଇସ୍ରାଏଲ କିମ୍ବା ଇୟାଲଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଜାହାଜର ନାମ ଏମଏସସି ଏରିଜ ଓ ଏହା ଶେଷ ଥର ପାଇଁ ଦୁବାଇରୁ ହୋର୍ମୁଜ ଅଭିମୁଖେ ଯାଇଥିବା ଦେଖା ଯାଇଥିଲା । ଜାହାଜର ଟ୍ର‌୍ୟାକିଙ୍ଗ ଡାଟା ବନ୍ଦ କରାଯାଇଥିଲା । ଅବଶ୍ୟ ଏହି ପଥରେ ଯିବା ବେଳେ ଅଧିକାଂଶ ସମୟ ଏହାକୁ ବନ୍ଦ କରାଯାଇଥାଏ ।

ପୂର୍ବରୁ ହୂତି ବିଦ୍ରୋହୀମାନେ ଏ ଭଳି କାର୍ଯ୍ୟ କରୁଥିଲେ । ଇସ୍ରାଏଲ କିଛି ଦିନ ତଳେ ଇରାନର ଏକ ଦୂତାବସ ଉପରେ ଆକ୍ରମଣ କରିବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଏପରିକି ଆମେରିକା ଗୋଇନ୍ଦା ବିଭାଗ ମଧ୍ୟ ୪୮ ଘଂଟା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି । ଏହା ଦ୍ୱାରା ପଶ୍ଚିମ ଏସୀୟ ବିଶେଷ ଭାବେ ପ୍ରଭାବିତ ହେବ ।

Leave A Reply

Your email address will not be published.