Latest Odisha News

BREAKING NEWS

ରାଜ୍ୟରେ ୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୭ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧୭ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକ ଜିଲ୍ଲାର ଜଣେ ୭୧ ବର୍ଷ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ରୋଗ ଏବଂ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ।

ସେହିପରି ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି କଟକର ୫୧ ବର୍ଷ ବୟସ୍କ ବ୍ୟକ୍ତି । ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଡାଇବେଟିସ୍ ସମସ୍ୟା ରହିଥିଲା ।

ଅଧିକ ପଢନ୍ତ: ଓଡିଶାରେ ଆଉ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ସୂଚନାଯୋଗ୍ୟ ଅନ୍ୟ ଜଣେ ୮୦ ବର୍ଷୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ଦେହାନ୍ତ ହୋଇଥିବା ବେଳେ ସେ ଅନ୍ୟ ରୋଗ କାରଣରୁ ମୃତ୍ୟୁବରଣ କରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.